ଡକ୍ଟର ସଦାନନ୍ଦ ଦୀକ୍ଷିତଙ୍କୁ ଆଚାର୍ଯ୍ୟ ବିଷ୍ଣୁଶର୍ମା ସଂସ୍କୃତ ସମ୍ମାନ

ଭୁବନେଶ୍ୱର : ଲୋକଭାଷା ସଂସ୍କୃତ ଆନ୍ଦୋଳନର ପ୍ରବର୍ତ୍ତକ ତଥା ସରସ୍ୱତୀ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ଡ. ସଦାନନ୍ଦ ଦୀକ୍ଷିତଙ୍କୁ ଦିଲ୍ଲୀ ସଂସ୍କୃତ ଏକାଡେମି ପ୍ରବର୍ତ୍ତିତ ଆଚାର୍ଯ୍ୟ ବିଷ୍ଣୁଶର୍ମା ରାଷ୍ଟ୍ରୀୟ ସଂସ୍କୃତ ସମ୍ମାନ:୨୦୧୭-୧୮ ପ୍ରଦାନ କରାଯିବ। ସଂସ୍କୃତ ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ସମ୍ମାନ ସ୍ୱରୂପ ପ୍ରଶସ୍ତି ପତ୍ର, ଉତ୍ତରୀୟ ଓ ୫୦ ହଜାର ଟଙ୍କା ଦିଆଯିବ। ଜୁଲାଇ ୨୭ ତାରିଖରେ ଦିଲ୍ଲୀଠାରେ ଏହା ପ୍ରଦାନ କରାଯିବ ବୋଲି ଏକାଡେମିର ସଚିବ ଡକ୍ଟର ଜିତ୍‌ରାମ ଭଟ୍ଟ ଘୋଷଣା କରିଛନ୍ତି। ପୂର୍ବରୁ ଡ. ଦୀକ୍ଷିତ କାଞ୍ଚି ଶଙ୍କରାଚାର୍ଯ୍ୟ, ଡକ୍ଟର ମୁରଲୀ ମନୋହର ଯୋଶୀଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି।

ସମ୍ବନ୍ଧିତ ଖବର