ବିଶିଷ୍ଟ ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

କଟକ: ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଆ ସାହିତ୍ୟର ଅଧ୍ୟାପକ, ସାହିତ୍ୟ ସମୀକ୍ଷକ ରତ୍ନାକର ଚଇନି ଆଉ ନାହାନ୍ତି । ଆଜି ଅପରାହ୍ନରେ କଟକ ଠାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

କେବଳ ଜଣେ ଖ୍ୟାତି ସଂପନ୍ନ ନାଟ୍ୟକାର ଭାବେ ନୁହେଁ, ବରଂ ଜଣେ ଦକ୍ଷ ସାହିତ୍ୟ ସଂଗଠକ ଭାବରେ ମଧ୍ୟ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଥିଲେ ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି । ତାଙ୍କର ସାହିତ୍ୟ କୃତି ପାଇଁ ୨୦୧୬ ମସିହାରେ ତାଙ୍କୁ ସମ୍ମାନଜନକ ‘ସାହିତ୍ୟ ଭାରତୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ସ୍ୱର୍ଗତ ଚଇନି ୧୯୪୫ ମସିହାରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ।

ଶ୍ରୀ ଚଇନିଙ୍କ ବିୟୋଗରେ ଓଡ଼ିଆ ନାଟ୍ୟ ସାହିତ୍ୟ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଛି । ତାଙ୍କର ମୃତ୍ୟୁ ସମ୍ବାଦ ପାଇଲା ପରେ ବହୁ ସାହିତ୍ୟିକ ଓ ତାଙ୍କର ପୂରାତନ ଛାତ୍ର ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆତ୍ମାର ସଦଗତି କାମନା କରିଛନ୍ତି ।

ସମ୍ବନ୍ଧିତ ଖବର