ଜୁଆ ଆଡ୍ଡାରେ ଘୁରି ବୁଲୁଛି ନକଲି ୫ଶହ ଟଙ୍କିଆ ନୋଟ, ଚିନ୍ତାରେ ବ୍ୟବସାୟୀ

ନବରଙ୍ଗପୁର/ମଇଦଲପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଲପୁର ଅଞ୍ଚଳରେ ଜୁଆ ଆଡ୍ଡାରେ ଘୁରି ବୁଲୁଛି ନକଲି ୫ଶହ ଟଙ୍କିଆ ନୋଟ। ଏହି ନକଲି ନୋଟକୁ ଚିହ୍ନିବାରେ କଷ୍ଟକର ହୋଇପଡୁଥିବାରୁ ବ୍ୟବସାୟୀ ମାନେ ଚିନ୍ତାରେ ପଡିଛନ୍ତି। ବିଶେଷ କରି, କଳାହାଣ୍ଡି ଜିଲ୍ଲା ଓ ଛତିଶଗଡ ଅଞ୍ଚଳରୁ ଏହି ନକଲି ନୋଟ ଆସୁଥିବା ଆଲୋଚନା ହେଉଛି। ଏବେ ଚାରିଆଡେ ଜୁଆ ଚାଲିଥିବାରୁ ଜୁଆ ଆଡ୍ଡା ମାଧ୍ୟମରେ କିଛି ବ୍ୟକ୍ତି ଏହି ନକଲି ନୋଟକୁ ବଜାରକୁ ଛାଡୁଥିବା ଚର୍ଚ୍ଚା ହେଉଛି। ତେବେ ଅସଲି ଓ ନକଲି ନୋଟ୍ ଚିହ୍ନିବାରେ କଷ୍ଟକର ହେଉଥିବାରୁ ସାଧାରଣଲୋକ ଅସୁବିଧା ଭୋଗୁଛନ୍ତି। ତେବେ ତଦନ୍ତ ଭୟରେ ଏହି ସଂକ୍ରାନ୍ତରେ ଥାନାରେ କେହି ଅଭିଯୋଗ କରୁନାହାନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଏହି ନକଲି ନୋଟ ଚାଲାଣ ସଂକ୍ରାନ୍ତରେ ତଦନ୍ତ କରିଲେ ସାଧାରଣ ଲୋକେ ଠକାମିର ଶିକାରରୁ ବର୍ତ୍ତି ପାରିଥାନ୍ତେ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର