ନୂଆଗାଁ : ନୂଆଗାଁ ଶିକ୍ଷା ବିଭାଗ ଅଧୀନରେ ଥିବା ବନ୍ଧାଭୂଇଁ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପିଇବା ପାଣି ପାଇଁ ଛାତ୍ରଛାତ୍ରୀମାନେ କଲବଲ ହେଉଥିବା ଦେଖିବାକୁ ମିଳିଛି। ଆଣ୍ଠୁଏ ପାଣି ପାର ହୋଇ ନଳକୂପକୁ ଯାଉଥିବା ବେଳେ ବିପଦକୁ ଆମନ୍ତ୍ରଣ କରୁଛି ଶିକ୍ଷା ବିଭାଗ। ଖବରରୁ ପ୍ରକାଶ, ବନ୍ଧାଭୂଇଁ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଝଡ଼ଝଞ୍ଜା ଦେଇ ଗତି କରୁଛନ୍ତି। କିଛିଦିନ ହେବ ଲଗାଣ ବର୍ଷା ଚାଲିଥିବାରୁ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି। ବିଦ୍ୟାଳୟ ନିକଟରେ ଥିବା ନଳକୂପରୁ ପିଇବା ପାଣି ଏବଂ ମଧ୍ୟାହ୍ନ ଭୋଜନ ପରେ ହାତ ଧୋଇବା ପାଇଁ ଆଣ୍ଠୁଏ ପାଣିରେ ପଶୁଛନ୍ତି। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଛାତ୍ରଛାତ୍ରୀମାନେ ସେହି ନଳକୂପକୁ ପାଣିରେ ପଶି ଯାଉଛନ୍ତି। ନଳକୂପଟି ଏକ ବିଲ ମଝିରେ ଥିବାରୁ ସେଠାକୁ ଛାତ୍ରଛାତ୍ରୀମାନେ ଯିବାକୁ ବାଧ୍ୟ ହେଉଛନ୍ତି।
/sambad/media/post_attachments/wp-content/uploads/2019/08/school-nnf-300x222.jpg)
ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୧୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲା ବେଳେ ଚାରିଜଣ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି। ସେଠାକୁ ୧ମ ଏବଂ ୨ୟ ଶ୍ରେଣୀର ଛୋଟଛୋଟ ପିଲାମାନେ ପାଣିରେ ଚାଲି ଚାଲି ନଳକୂପକୁ ଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ସୁରକ୍ଷା ପାଚେରି ନଥିଲା ବେଳେ ନଳକୂପ ବସିନାହିଁ। ଏହାର ପ୍ରତିକାର କରାଯାଇ ପିଲାମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
/sambad/media/post_attachments/wp-content/uploads/2019/08/school-nn2f-259x300.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/school-nn2fa.jpg)