ଝାରସୁଗୁଡ଼ା: ମା’ କଳ୍ପନା ଦାଶ ଏବଂ ଝିଅ ପ୍ରଭାତୀ ଦାଶ ହତ୍ୟାକାଣ୍ଡରେ ଜଡ଼ିତ ଅନୁପ ସାଏଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପୋକୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି।  ମିଳିଥିବା ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନାର ଏକ ୬ ଜଣିଆ  ପୁଲିସ୍ ଦଳ ବ୍ରଜରାଜନଗର ଆସି ବର୍ଦ୍ଧନର ବଘରାଚକା ଘରୁ ତାକୁ ଉଠାଇ ନେଇଥିବା ଜଣାଯାଇଛି।

Advertisment

କଳ୍ପନା ଓ ପ୍ରଭାତୀଙ୍କ ହତ୍ୟାକାଣ୍ଡରେ ଅନୁପ ସାଏଙ୍କୁ ଗିରଫ କରି ଜେଲ ହାଜତରେ ଗତକାଲି ପୁଲିସ୍ ଭର୍ତ୍ତି କରିଥିବା ବେଳେ ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଦର୍ଶାଇଥିବା ବର୍ଦ୍ଧନକୁ ପୁଲିସ ରାତିରେ ଉଠାଇ ନେଇ ପଚରାଉଚୁରା କରୁଥିବା ଜଣାଯାଇଛି।

ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ନେଇ ଛତିଶଗଡ଼ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ମା’ ଓ ଝିଅ ହତ୍ୟାକାଣ୍ଡର ଖୁଲାସା କରିଥିଲେ। ସେ କହିଥିଲେ ଯେ ୨୦୧୬ ମେ ୭ରେ ମା’ କଳ୍ପନା ଦାସ ଓ ଝିଅ ବବଲିଙ୍କର ମୃତଦେହ ମିଳିଥିଲା। ଅନୁପଙ୍କ ଡ୍ରାଇଭର୍ ବର୍ମନ୍ ଟପୋ ଲୁହାଛଡ଼ରେ ୨ ଜଣଙ୍କୁ ହତ୍ୟା କରିଥିଲା ଏବଂ ଏହାକୁ ଦୁର୍ଘଟଣା ରୂପ ଦେବା ଲାଗି ଅନୁପ ନିଜେ ଦୁଇ ମୃତଦେହ ଉପରେ  ବୋଲେରୋ ଚଢ଼ାଇ ଦେଇଥିଲେ।publive-image

ପୂର୍ବତନ ବିଧାୟକ ଅନୁପ ସାଏଙ୍କ ମୁଖା ଖୋଲିଛି ଛତିଶଗଡ଼ ପୁଲିସ। ଅନୁପ ସାଏ  ପରକୀୟା ପ୍ରୀତିରେ ଲିପ୍ତ ହେବା ତା’ପରେ କଳ୍ପନା ଦାଶ ଏବଂ ଝିଅ ପ୍ରଭାତୀ ଦାଶକୁ ଛତିଶଗଡ଼ ନେଇ ହତ୍ୟା କରିଥିବା ପ୍ରମାଣ ସହ ଉପସ୍ଥାପନ କରିଥିଲା ପୁଲିସ। ଛତିଶଗଡ଼ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ  ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ପଚରାଉଚରା ସମୟରେ ଅନୁପ ତାଙ୍କର ଦୋଷ ସ୍ବୀକାର କରିଛନ୍ତି।