ସମ୍ବଲପୁର: ଗୁରୁବାର ସକାଳେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ଧନୁପାଲି ଥାନା ଅଧୀନ ଭତରା ଛକ ପାଖରେ ଗୋଟାଏ ଟ୍ରାକ୍ଟର୍ ଗୋଟାଏ ଘର ଉପରେ ଧକ୍କା ଖାଇବାରୁ ଏହାର ଚାଳକଙ୍କର ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ଟ୍ରାକ୍ଟର୍ ଚାଳକ ହେଉଛନ୍ତି ଲିମସାରିଏନ୍ର ଶ୍ୟାମ ଓରାମ।
ସେ ବେପରୁଆ ଭାବେ ଅତି ଦ୍ରୁତ ଗତିରେ ଟ୍ରାକ୍ଟର୍ ଚଳାଇ ନେଉଥିବା ବେଳେ ଗାଡ଼ିଟି ତାଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତା ପାର୍ଶ୍ୱର ଗୋଟାଏ ଘରେ ଧକ୍କା ଖାଇଥିଲା। ଦୁର୍ଘଟଣାରେ ଚାପି ହୋଇ ସେଠାରେ ହିଁ ଚାଳକ ଶ୍ୟାମଙ୍କର ମୃତ୍ୟୁ ଘଟିଥିଲା।
OD 15K 8955 ନମ୍ବରବିଶିଷ୍ଟ ସେ ଟ୍ରାକ୍ଟର୍ ଏବଂ ତା’ର ଟ୍ରଲିକୁ ଜବତ କରାଯାଇଛି। ଘଟଣାସ୍ଥଳରୁ ଶ୍ୟାମଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି। ଆଜି ଶବ ବ୍ୟବଚ୍ଛେଦ କରାଯିବ।
ଧନୁପାଲି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।