ଡ୍ରୋନ କ୍ୟାମେରାରେ ନକ୍ସଲଙ୍କ ଗତିବିଧି ରେକର୍ଡ

ମାଲକାନଗିରି : ସୀମାନ୍ତ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ମାହୋଲ ସରଗରମ ରହିଛି। ଅନ୍ୟପଟେ ନିର୍ବାଚନକୁ ଭଣ୍ଡୁର କରିବାକୁ ନକ୍ସଲଙ୍କ ଗତିବିଧି ମଧ୍ୟ ପୂର୍ବ ଅପେକ୍ଷା ଅଧିକ ବଢ଼ିଛି। ତେବେ ନକ୍ସଲଙ୍କ ହିଂସାକାଣ୍ଡରେ ଲଗାମ ଲଗାଇବା ପାଇଁ ନୂଆ ରଣନୀତି ଅବଲମ୍ବନ କରାଯାଇଛି। ପୂର୍ବରୁ କେବଳ ଗୁଇନ୍ଦା ସୂଚନା ଉପରେ ନିର୍ଭର କରାଯାଉଥିବା ବେଳେ ବର୍ତମାନ ଏଥିରେ ବୈଷୟିକ ସହାୟତା ନେବା ଆରମ୍ଭ କରିଛି ପୁଲିସ। ଏହିକ୍ରମରେ ନକ୍ସଲଙ୍କ ସର୍ବାଧିକ ଗତିବିଧି ଅଞ୍ଚଳରେ ଡ୍ରୋନ କ୍ୟାମେରାର ସହାୟତା ନିଆଯାଇଛି। ଆଉ ଏହି ପଦକ୍ଷେପ ପରେ ପୁଲିସକୁ ସଫଳତା ବି ମିଳିଛି। ଡ୍ରୋନ କ୍ୟାମେରା ଆକାଶ ମାର୍ଗରୁ ନେଇଥିବା କିଛି ଫଟୋରେ ନକ୍ସଲଙ୍କ ଚଳପ୍ରଚଳ ଦେଖିବାକୁ ମିଳିଛି। ବର୍ତମାନ ଏହି ଫଟୋ ଗୁଡ଼ିକ ଭାଇରାଲ ହୋଇଥିବା ବେଳେ ଏହା ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇ ଦେଇଥିବା କୁହାଯାଉଛି।

ବାସୁର ଥାନା ଅଂଚଳରେ ବୁଲୁଥିବା ନକ୍ସଲଙ୍କ ଗତିବିଧିକୁ ରେକର୍ଡ କରିଛି ଡ୍ରୋନ କ୍ୟାମେରା। କୋସଲନାର ଅଂଚଳରେ ଗୋଟିଏ ପରିତ୍ୟକ୍ତ ଘରୁ ଦଶରୁ ଊର୍ଦ୍ଧ୍ବ ନକ୍ସଲ ଯାଉଥିବା ଦେଖିବାକୁ ମିଳିଛି। ତେବେ ଡ୍ରୋନ ଉପରେ ନକ୍ସଲଙ୍କ ନଜର ପଡ଼ିବା ପରେ ସମସ୍ତେ ଏଣେତେଣେ ଦୌଡ଼ିଥିଲେ। କିଛି ଜଣ ଘଞ୍ଚ ଜଙ୍ଗଲରେ ଗଛ ପଛପଟକୁ ଚାଲି ଯାଇଥିଲେ। ଡ୍ରୋନରୁ ନକ୍ସଲଙ୍କ ସ୍ପଷ୍ଟ ଚିତ୍ର ମିଳିବାରୁ ଏହି ଅଞ୍ଚଳକୁ ଘେରି ଯାଇ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସମ୍ବନ୍ଧିତ ଖବର