ବିପର୍ଯ୍ୟୟ ମାଡ଼ରେ ଘାଇଲା ଓଡ଼ିଶା : ୯ ଜିଲ୍ଲାକୁ ଖାଇଲା ମରୁଡ଼ି

୬୬ ବ୍ଲକ୍‌, ୧୬ ପୌରାଞ୍ଚଳରେ ଚାଷ ପ୍ରଭାବିତ, ୨ ଲକ୍ଷ ୩୩ ହଜାର ହେକ୍ଟରରେ ଫସଲ ନଷ୍ଟ, ସବୁଦିନିଆ ଚାଷରେ ୧୮ ହଜାର କ୍ଷତିପୂରଣ

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ନୂଆ କଥା ନୁହେଁ। ୧୮୬୬ର ନ’ଅଙ୍କ ଦୁର୍ଭିକ୍ଷଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏହି ବିପର୍ଯ୍ୟୟ ରାଜ୍ୟର ସହଚର ପାଲଟିଛି। ଚଳିତବର୍ଷ ବି ଏହାର ପୁନରାବୃତ୍ତି ଘଟିଛି। ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା ‘ତିତ୍‌ଲି’ ପରବର୍ତ୍ତୀ ବନ୍ୟାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ପଶ୍ଚିମ ଓଡ଼ିଶା ସମେତ ୯ଟି ଜିଲ୍ଲାରେ ଶୁଣିବାକୁ ପଡ଼ିଛି ମରୁଡ଼ିର ପଦଧ୍ବନି!

ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, ଲୋକସିଂହା ଓ ବେଲପଡା ବ୍ଲକରେ ୩୯ରୁ ୫୯% କମ୍ ବର୍ଷା ହୋଇଛି। ସୁନ୍ଦରଗଡ ସଦର ବ୍ଲକ ଓ ଟାଙ୍ଗରପାଲିରେ ବି ଅବସ୍ଥା ଖରାପ। ଆଉ ୧୨ଟି ଜିଲ୍ଲାର ୩୦ଟି ବ୍ଲକରେ ୧୯ରୁ ୩୯% ଯାଏ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ରାଜ୍ୟର ଦକ୍ଷିଣ, ଉପକୂଳରେ ଭୀଷଣ ସାମୁଦ୍ରିକ ଝଡ଼ ତିତ୍‌ଲି ଓ ତଦ୍‌ଜନିତ ବନ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକ ଦୁଃସ୍ଥିତି ଭିତରକୁ ଠେଲି ହୋଇଯାଇଥିବା ବେଳେ ପଶ୍ଚିମ ଓଡ଼ିଶା ସମେତ ଆଉ କିଛି ଜିଲ୍ଲାବାସୀ ଏମିତି ଭୟାନକ ମରୁଡିର ସାମ୍ନା କରିଛନ୍ତି। ସରଜମିନ ତଦନ୍ତ ପରେ ଆଜି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମରୁଡି ମାଡ଼ରେ ୯ଟି ଜିଲ୍ଲା ଅନ୍ତର୍ଗତ ୬୬ଟି ବ୍ଲକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଏହାବ୍ୟତୀତ ୧୬ଟି ପୌରାଞ୍ଚଳରେ ବି ମରୁଡିର ପ୍ରଭାବ ସାଂଘାତିକ ଭାବେ ପଡିଛି। ଶହେ କି ପାଞ୍ଚଶହ ହେକ୍ଟର ନୁେହଁ, ବରଂ ୨ଲକ୍ଷ ୩୩ ହଜାର ୧୭୩ ଲକ୍ଷ ୮ ହଜାର ୮ଶହ ହେକ୍ଟର ଚାଷଜମିରେ ଫସଲ ନଷ୍ଟଭ୍ରଷ୍ଟ େହାଇଯାଇଛି।

ଏସବୁ ଅଞ୍ଚଳର ଚାଷୀଙ୍କୁ ଆଶ୍ବାସନ ଦେବା ଲାଗି ସରକାର ତତ୍କାଳ ପଦକ୍ଷେପ ନେଇଛନ୍ତି। ଯୁଗ୍ମ ରିଲିଫ୍ କମିସନର ପ୍ରଭାତ ମହାପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି, ମରୁ଼ଡି ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬, ୮୦୦ ଟଙ୍କା ପ୍ରଦାନ କରାଯିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଟଙ୍କା ପ୍ରଦାନ କରାଯିବ। ସେହିଭଳି ସବୁଦିନିଆ ଚାଷ ହେଉଥିବା ଜମି ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା କ୍ଷତିପୂରଣ ରାଶି ମିଳିବ। ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ ଏହି କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ।
ସଂପ୍ରତି ତିତଲି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ରାଜ୍ୟର ଅନ୍ୟ ପାର୍ଶ୍ବରେ ମରୁଡିର ଏକ ଚିତ୍ର ଓଡ଼ିଶା ସାମ୍ନା କରୁଥିବା ପ୍ରାକୃତିକ ବିପର୍ଯ୍ୟୟର ଭୟାବହତାକୁ ବୟାନ କରୁଛି।

ସରକାରୀ ତଥ୍ୟ ଅନୁସାରେ, କେବଳ ଏହି ୩୫ଟି ବ୍ଲକ ନୁେହଁ, ୧୯ଟି ଜିଲ୍ଲାର ପାଖାପାଖି ୧୦୦ଟି ବ୍ଲକରେ ତିନି ସପ୍ତାହ ଧରି ବର୍ଷା ନ‌େହବା ଯୋଗୁଁ ଜମି ଶୁଖିଲା ପଡିଲା ଏବଂ ଚାଷ ଗଭୀର ଭାବେ ପ୍ରଭାବିତ େହାଇଛି। ଏହାକୁ ଭିତ୍ତି କରି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏଭଂ ଜିଲ୍ଲାପାଳଙ୍କୁ ମିଳିତ ସର୍ଭେ କରି ରିେପାର୍ଟ େଦବାକୁ କୁହାଯାଇଥିଲା। ୨୦୧୬ ମରୁଡି ନୀତିକୁ ଆଧାର କରି ସରଜମିନ ତଦନ୍ତ କରାଯାଇଥିଲା।

ଏହି ସର୍ଭେ ରିେପାର୍ଟ ମିଳିବା ପରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ କହିଛି, ବରଗଡ, ବଲାଙ୍ଗୀର, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ସମ୍ବଲପୁର, ସୁନ୍ଦରଗଡରେ ୩୩ ପ୍ରତିଶତରୁ ଅଧିକ ଚାଷ କ୍ଷତି ହୋଇଛି। ଏସବୁ ଜିଲ୍ଲାର ମୋଟ ୧୧୮୬ ପଞ୍ଚାୟତ ଅନ୍ତର୍ଗତ ୫୬୩୩ଟି ଗାଁ ମରୁଡି ପ୍ରଭାବିତ ହୋଇଛି। ୧୬ଟି ପୌରାଞ୍ଚଳରେ ବି ଚାଷ କ୍ଷତିଗ୍ରସ୍ତ ହୋଇଛନ୍ତି, ଅର୍ଥାତ୍ ଏସବୁକୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରାଯାଉଛି।

ଉେଲ୍ଲଖଯୋଗ୍ୟ, ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିଲା। ତା ପୂର୍ବରୁ ପାଣିପାଗ ବିଜ୍ଞାନୀ ଏବର୍ଷ ପାଇଁ ସ୍ବାଭାବିକ ବର୍ଷ ଆକଳନ କରିଥିେଲ। ଅେକ୍ଟାବର ପହିଲା ସୁଦ୍ଧା ସ୍ବାଭାବିକ ବର୍ଷା ଠାରୁ ୧୧.୩% ଅଧିକ ବର୍ଷା ଏବର୍ଷ ଓଡ଼ିଶା ପାଇଥିଲା। ହେଲେ ପରବର୍ତୀ ସମୟରେ ଭୀଷଣ ସାମୁଦ୍ରିକ ଝଡ଼ ରାଜ୍ୟର ୧୭ଟି ଜିଲ୍ଲା ସ୍ଥିତି ବିଗାଡି ଦେଇଥିଲା।

ସମ୍ବନ୍ଧିତ ଖବର