ବଣ୍ଟି ଅଗ୍ରଓ୍ଵାଲ ନାଁରେ ଚାର୍ଜସିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

ଜାଲ୍‌ ଟିଡିଆର୍‌ ମାମଲା

ଭୁବନେଶ୍ୱର: ବହୁ ଚର୍ଚିତ ଜାଲ୍‌ ଟିଡିଆର୍‌ ମାମଲାରେ ଆଜି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ମୁଖ୍ୟ ଅଭିଯୁକ୍ତ ବଣ୍ଟି ଅଗ୍ରଓ୍ଵାଲ ବିରୋଧରେ ବରଗଡ଼ କୋର୍ଟରେ ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ କରିଛି। ୧୨୩ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ ବଣ୍ଟି ହିଁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ବରଗଡ଼ରେ ହୋଇଥିବା ଏହି ଠକେଇରେ ପାଖାପାଖି ୫ କୋଟି ଟଙ୍କାର ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି। ଏଠାରେ ପ୍ରକାଶଥାଉକି ଜାଲ୍‌ ଟିଡିଆର୍‌ ଘଟଣାରେ ବଣ୍ଟି ଅଗ୍ରଓ୍ଵାଲ ବିରୋଧରେ ବଲାଙ୍ଗୀର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଥାନାରେ ପାଖାପାଖି ୧୪ଟି ମାମଲା ରହିଛି। ଏଥି ମଧ୍ୟରେ ୪ଟି ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚର ଅପରାଧ ଶାଖା କରୁଛି। ଆଜି ବରଗଡ଼ ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି। ଖୁବ୍‌ ଶୀଘ୍ର ଅନ୍ୟ ୩ଟି ମାମଲାର ମଧ୍ୟ ଚାର୍ଜସିଟ ଦାଖଲ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଠାରେ ପ୍ରକାଶଥାଉକି, ଜାଲ୍‌ ଟିଡିଆର୍‌ ମାମଲାରେ ପୁଲିସ ବଣ୍ଟି ଅଗ୍ରଓ୍ଵାଲ, ପତ୍ନୀ ସବିତାଦେବୀ ଅଗ୍ରଓ୍ଵାଲ ଓ ବାପା ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କୁ ଗିରଫ କରିଥିଲା। ବଣ୍ଟି ସୁରଜ ଏଣ୍ଟରପ୍ରାଇଜର୍ସ ନାମକ ଏକ ସଂସ୍ଥା ଗଠନ କରି ପାଖାପାଖି ୧୮ କୋଟି ଟଙ୍କାର ଜାଲ୍‌ ଟିଡିଆର୍‌ କରିଥିବା ପ୍ରଥମେ କଳାହାଣ୍ଡିରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର