ଦୀପୁ-ଓମ୍‌ ହତ୍ୟା ମାମଲା: ଫାର୍ମହାଉସ କର୍ମଚାରୀଙ୍କ ସାକ୍ଷ୍ୟ ଗ୍ରହଣ

କଟକ-ମହାନଦୀବିହାର : ଦୀପୁ ଓରଫ୍‌ ମନୋଜ ମଲ୍ଲିକ ଓ ଓମ୍‌ ଓରଫ ଓମ ପ୍ରକାଶ ସ୍ବାଇଁ ହତ୍ୟା ମାମଲାର କଟକ ଜିଲ୍ଲା ଓ ଦୌରା ଜଜ୍ ବାଳକୃଷ୍ଣ ମହାପାତ୍ରଙ୍କ ଇଜଲାସରେ ଶୁଣାଣି ହୋଇଛି। ପ୍ରସିକ୍ୟୁସନ ପକ୍ଷରୁ ସକ୍ଷୀ ଭାବେ ଖୁଣ୍ଟକଟା ଫାର୍ମ ହାଉସର କର୍ମଚାରୀ ଶରତ ରାଉତ ହାଜର ହୋଇ ଅଦାଲତରେ ବୟାନ ଦେଇଛନ୍ତି। ଏହି ହତ୍ୟାକାଣ୍ଡ ମାମଲାରେ ସେ ପୁଲିସକୁ ଦେଇଥିବା ବୟାନରେ ହତ୍ୟାକାଣ୍ଡ ସଂକ୍ରାନ୍ତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଥିଲା। କିନ୍ତୁ ପୂର୍ବ ବୟାନଠାରୁ ସେ ଭିନ୍ନ କଥା ସାକ୍ଷ୍ୟ ଗ୍ରହଣ ସମୟରେ କହିଥିଲେ ବୋଲି ସୂଚନା ମିଳିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୪କୁ ଧାର୍ଯ୍ୟ କରାଯାଇଛି। ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାଲେଶ୍ବର ଜେଲରେ ଥିବା ସୁଶୀଲ ଓ ବଲାଙ୍ଗୀର ଜେଲରେ ଥିବା ସୁଶାନ୍ତ ଧଳସାମନ୍ତଙ୍କ ସହିତ ‌ଚୌଦ୍ବାର ଜେଲରେ ଥିବା ସେମାନଙ୍କ ସହଯୋଗୀଙ୍କୁ ଅଦାଲତରେ ହାଜର କରାଯାଇଥିଲା।

ସମ୍ବନ୍ଧିତ ଖବର