ଦୂତୀ ଚାନ୍ଦଙ୍କ ପାଇଁ ଆଉ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିୟାନ୍‌ ଗେମସ୍‌ରେ କ୍ରମାଗତ ଚମତ୍କାର ପ୍ରଦର୍ଶନ କରି ଓଡ଼ିଆ ଝିଅ ଦୂତି ଚାନ୍ଦ ଭାରତର ଗୌରମ ବୃଦ୍ଧି କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଆଜି ଓଡ଼ିଶା ମଧ୍ୟ ଗୌରବାନ୍ଵିତ । ୨୦୦ମିଟର ଦୌଡ଼ରେ ଦୂତୀ ଚାନ୍ଦ ରୌପ୍ୟ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ସଂଶୋଧିତ କ୍ରୀଡା ପୁରସ୍କାର ନୀତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଗୁରୁବାର ଦୂତୀ ଚାନ୍ଦଙ୍କ ନିମନ୍ତେ ଆଉ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏଥିସହିତ ଦୂତୀଙ୍କ ଆଗାମୀ ଅଲମ୍ପିକସ ପ୍ରସ୍ତୁତି ନିମନ୍ତେ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୦୦ମିଟର ଦୌଡ଼ରେ ଦୂତୀଙ୍କ ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

 

ସମ୍ବନ୍ଧିତ ଖବର