‘କୌନ ବନେଗା କରୋଡପତି’ର ସ୍ୱତନ୍ତ୍ର ଏପିସୋଡରେ ନଜର ଆସିଲେ ଦୂତିଙ୍କ ସହ ସେହବାଗ

ମୁମ୍ବାଇ: ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି ଓଡ଼ିଆ ଝିଅ ତଥା ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ | ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ୍ ସୋ’ ‘କୌନ ବନେଗା କରୋଡପତି’ର ୧୧ତମ ସିଜନର ସ୍ୱତନ୍ତ୍ର ଅଧ୍ୟାୟରେ ଦୂତିଙ୍କୁ ହଟସିଟରେ ବସିଥିବାର ଦେଖିବାକୁ ମିଳିଛି | ଦୂତିଙ୍କ ସହ ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହବାଗ ଓ ଆଥଲେଟ ହିମା ଦାସନାକୁ ମଧ୍ୟ ଦେଖିବାକୁ ମିଳିବ |

‘କୌନ ବନେଗା କରୋଡପତି’ର କର୍ମବୀର ଅଧ୍ୟାୟରେ ଏହି ତିନିଜଣ ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଛନ୍ତି | ଏଠାରେ ସୂଚନା ଥାଉ କି କର୍ମବୀର ଅଧ୍ୟାୟରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇଥାଏ |

ଦୂତି ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଅତ୍ୟନ୍ତ ଖୁସି ବୋଲି ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି | ଅମିତାଭ ବଚ୍ଚନଙ୍କ ପାଖରୁ ବହୁତ କିଛି ଶିଖିପାରିଛନ୍ତି ବୋଲି ଦୂତି କହିଛନ୍ତି | ଖୁବଶୀଘ୍ର ଏହା ସୋନି ଟିଭିରେ ପ୍ରସାରିତ ହେବ |

ସମ୍ବନ୍ଧିତ ଖବର