ଟାଇମ ପତ୍ରିକା ଦ୍ୱାରା ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଲେ ଦୌଡରାଣୀ ଦୁତୀ

ନୂଆଦିଲ୍ଲୀ : ବିଶ୍ୱ ପ୍ରସିଦ୍ଧ ଟାଇମ ପତ୍ରିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଦୌଡରାଣୀ ଦୂତୀ ଚାନ୍ଦ । ତାଙ୍କୁ ବିଶ୍ୱର ୧୦୦ ପ୍ରଭାବଶାଳୀ ତାଲିକାରେ ସ୍ଥାନ ଦିଆଯାଇଛି ।
ପତ୍ରିକାରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ ଦୁତୀ ଉଭୟ ପଡିଆରେ ଓ ପଡିଆ ବାହାରେ ଲଢୁଛନ୍ତି । ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଗତ ଜୁଲାଇ ମାସରେ ପ୍ରଥମ ଭାରତୀୟ ଧାବିକାଭାବେ ସେ ବିଶ୍ୱ ୟୁନିଭର୍ସିଟି କ୍ରୀଡାରେ ୧୦୦ ମିଟର ରେସରେ ଜିତିଥିଲେ । କିନ୍ତୁ ୨୦୧୪ରେ ତାଙ୍କୁ ଆଥଲେଟିକ ଜଗତରୁ ନିଷିଦ୍ଧ କରିଦିଆଯାଇଥିଲା । କାରଣ ଥିଲା ତାଙ୍କ ଦେହରୁ ଅଧିକ ପରିମାଣରେ ପୁରୁଷ ହରମୋନ (ଟେଷ୍ଟଥରନ) ବାହାରୁଛି । କିନ୍ତୁ ଏହା ବିରୁଦ୍ଧରେ ଲଢି ସେ ଜିତିଥିଲେ ଓ ପୁଣି ପଡିଆକୁ ଓହ୍ଲାଇଥିଲେ । ଚଳିତ ବର୍ଷ ସେ ଘୋଷଣା କରିଥିଲେ ଯେ ସେ ସମଲିଙ୍ଗୀ, ଯାହାକି ଭାରତୀୟ କ୍ରୀଡା ଜଗତରେ ଥିଲା ପ୍ରଥମ ଘଟଣା । କିନ୍ତୁ ଭାରତ ପରି ଦେଶରେ ଏହା ଥିଲା ଏକ ଅତି ସାହାସିକ ସ୍ୱୀକାରୋକ୍ତି । ଭଗ ଇଣ୍ଡିଆ ତାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡାବିତ ଘୋଷଣା କରିଛି ।

ସମ୍ବନ୍ଧିତ ଖବର