ବଢ଼ିଲା ଶିକ୍ଷକ-ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟ, ୬ ଘଣ୍ଟା ବଦଳରେ ୭ ଘଣ୍ଟା ସ୍କୁଲରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । ଏହି କ୍ରମରେ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ନୂଆ ନିଷ୍ପତ୍ତି ଅନୁଯାୟୀ, ସ୍କୁଲ ଶିକ୍ଷକ-ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ କରାଯାଇଛି । ବଦଳିଛି ସ୍କୁଲ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟ ।

ଏଣିକି ସକାଳ ସାଢେ ୯ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ-ଶିକ୍ଷୟତ୍ରୀ । ନୂଆ ନିୟମ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଶିକ୍ଷକ-ଶିକ୍ଷୟତ୍ରୀ ୧୦ଟାରୁ ୪ଟା ଯାଏଁ କାର୍ଯ୍ୟ କରୁଥିଲେ ।

ସେହିପରି ସ୍କୁଲରେ ପିଲାମାନଙ୍କୁ ଫିଲଟର ପାଣି ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି | ଅନ୍ୟପଟେ ଆଜି ଖୋର୍ଦ୍ଧା ବାଳକାଟି ଅନ୍ତର୍ଗତ ବାଲିଅନ୍ତା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ | କିନ୍ତୁ ପୂର୍ବାହ୍ନ ୧୦.୩୦ ବାଜିଯାଇଥିଲେ ବି କୌଣସି କର୍ମଚାରୀ ଆସି ନଥିବା ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ |

ସମ୍ବନ୍ଧିତ ଖବର