ରାଇରଙ୍ଗପୁର ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂମିକମ୍ପ

ଭୁବନେଶ୍ୱର: ଶନିବାର ସକାଳ ପ୍ରାୟ ୬: ୨୦ରେ ମୟୂରଭଞ୍ଜ ଜିଲ୍ଲା  ରାଇରଙ୍ଗପୁର, ବିଶୋୟୀ, ବହଳଦା ଓ ଗୋରୁମହିଷାଣୀ ଆଦି ସ୍ଥାନରେ ମୃଦୁ ଭୂକମ୍ପନ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ। ସକାଳୁ  ଝଟକା ଅନୁଭୂତ ହେବା ଫଳରେ ଲୋକେ  ଚିତ୍କାର କରି ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।

ଏଥିରେ କିଛି କ୍ଷୟକ୍ଷତି ହୋଇ ନାହିଁ, କିନ୍ତୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।

ଉତ୍ତରପଟକୁ ୨୨. ୮ ଡିଗ୍ରି ଅକ୍ଷାଂଶ ଏବଂ ପୂର୍ବପଟକୁ ୮୬. ୧ ଦ୍ରାଘିମା ଅନ୍ତର୍ଗତ ଝାଡ଼ଖଣ୍ଡ ଜିଲ୍ଲାର ଶଢ଼େଇକଳା ଖରସୁଆଁର ୧୮ କିଲୋମିଟର ଅଞ୍ଚଳରେ ଏହି ଭୂମିକମ୍ପ ସଂଘଠିତ ହୋଇଥିବା କଥା ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କର ଭୂବିଜ୍ଞାନ ମନ୍ତ୍ରାଳୟ, ଭାରତ ପାଣିପାଗ ବିଭାଗ, ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।

 

ସମ୍ବନ୍ଧିତ ଖବର