ଜୁନାଗଡ଼ ଓ ଥୁଆମୂଳ ରାମପୁର ବ୍ଲକ୍‌ରେ ମୃଦୁ ଭୂମିକମ୍ପ

ଜୁନାଗଡ଼/ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ବୋରଗୁଡ଼ା, ଦେଦର ଗାଁରେ ଶୁକ୍ରବାର ରାତିରେ ମୃଦୁ ଭୂମିକମ୍ପ ହୋଇଥିଲା। ରାତି ୨ଟା ୫୫ ମିନଟିରେ ୪ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଲୋକେ ଶୋଇଥିବା ସମୟରେ ଭୟରେ ଘରୁ ପଦାକୁ ବାହାରି ଆସିଥିଲେ। ଭୂମିକମ୍ପରେ କିଛି କ୍ଷୟକ୍ଷତି କିମ୍ବା କୌଣସି ଅଘଟଣ ମଧ୍ୟ ଘଟିନଥିବା ଜଣାପଡ଼ିଛି। ସେହିଭଳି ଥୁଆମୁଳ ରାମପୁର ଅଞ୍ଚଳରେ ମଧ୍ୟ ସେହି ସମୟରେ ଅନୁରୂପ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଠାରେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର