ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ଫି’ ଛାଡ଼ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଯୋଜନାଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି। ବାରମ୍ବାର ଚିଠି ଲେଖିବା ପରେ ବି ଏଦିଗରେ ପଦକ୍ଷେପ ନିଆଯାଉଥିବାରୁ ଏବେ ଚିନ୍ତା ପ୍ରକଟ କରିଛି ଉଚ୍ଚଶିକ୍ଷା ବିଭାଗ। ସରକାରଙ୍କ ପକ୍ଷରୁ କରାଯାଉଥିବା ଯୋଜନାଗୁଡ଼ିକ ଯେପରି ଦିବ୍ୟାଙ୍ଗକୁ ମିଳିବ ତାହା ଉପରେ ଗୁରୁତ୍ୱ ଦେଇଛି ବିଭାଗ। ଏ ନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ।

ବିଜ୍ଞପ୍ତି ଅନୁଯାୟୀ ସରକାରୀ ସମେତ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଲାଗି ଥିବା ସୁବିଧା ସୁଯୋଗକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି। ୪୦% କିମ୍ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଥିବା ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’କୁ ଛାଡ଼ି ସମସ୍ତ ଫି’ ଛାଡ଼ କରିବାକୁ କୁହାଯାଇଛି। ସମସ୍ତ ପରୀକ୍ଷା ସମୟରେ ଏହି ବର୍ଗର ପିଲାଙ୍କ ଲାଗି ସ୍କ୍ରାଇବ୍‌, ରିଡର ଏବଂ ଲ୍ୟାବ୍‌ ଆସିଷ୍ଟାଣ୍ଟ ଯୋଗାଇ ଦେବାକୁ କୁହାଯାଇଛି। ବିଶ୍ୱବିିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜରେ ଇକ୍ୟୁଆଲ୍‌ ଅପରଚ୍ୟୁନିଟି ସେଲ୍‌(ଇଓସି) ଗଠନ କରିବା ବାଧ୍ୟତାମୂଳକ। ତେଣୁ ଇଓସି ଗଠନ କରି ଏସ୍‌ଟି/ଏସ୍‌ସି, ଛାତ୍ରୀ ଏବଂ ଦିବ୍ୟାଙ୍ଗକୁ ସମାନ ସୁଯୋଗ ଯୋଗାଇ ଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର