ଯୁକ୍ତ ୩ ମହାବିଦ୍ୟାଳୟରୁ ଯୁକ୍ତ-୨ର ପୃଥକୀକରଣ

ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଯୁକ୍ତ ୩ ମହାବିଦ୍ୟାଳୟରୁ ଯୁକ୍ତ-୨କୁ ପୃଥକ କରାଯିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛିା ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟ କରାଯାଇ ପୃଥକୀକରଣ କାର୍ଯ୍ୟ ଶେଷ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା ଆଜି ଏହି ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକ ଅନୁଷ୍ଠିତ ହୋଇଥଲାା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ) ପ୍ରଦୀପ୍ତ କୁମାର ମହାପାତ୍ର, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଯୋଗଦେଇ ବିସ୍ତୃତ ଭାବରେ ଆଲୋଚନା କରିଥଲୋ

ରାଜ୍ୟର କେତେକ ସ୍ଥାନରେ ଇତି ମଧ୍ୟରେ ଯୁକ୍ତ-୨ ଏବଂ ଯୁକ୍ତ-୩ ମହାବିଦ୍ୟାଳୟ ପୃଥକ ଭାବରେ କାର୍ଯ୍ୟ କରୁଛିା ତେବେ ଯେଉଁ କମ୍ପୋଜିଟ ମହାବିଦ୍ୟାଳୟଗୁଡ଼ିକରେ ଯୁକ୍ତ-୨ ଏବଂ ଯୁକ୍ତ-୩ ମହାବିଦ୍ୟାଳୟ ସହିତ ରହିଛି ସେଠାରେ ପର୍ଯ୍ୟାୟକ୍ରମେ ଯୁକ୍ତ-୨କୁ ପୃଥକ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥଲାା ପାଠପଢ଼ା ସୁବିଧା ନିମନ୍ତେ ଯୁକ୍ତ-୨ ଏବଂ ଯୁକ୍ତ-୩ ଶ୍ରେଣୀ ଗୃହକୁ ପୃଥକ କରାଯିବା ପର୍ଯ୍ୟାୟକ୍ରମେ ଯୁକ୍ତ-୨ ଓ ଯୁକ୍ତ-୩ର ଭିତ୍ତିଭୂମିକୁ ପୃଥକ କରାଯିବା ଯୁକ୍ତ-୨ରେ ନୂତନ ନିଯୁକ୍ତି ପର୍ଯ୍ୟନ୍ତ ଯୁକ୍ତ-୨ରେ ଶିକ୍ଷକ ଆବଶ୍ୟକତାକୁ ଅନୁଭବ କରି ଯୁକ୍ତ-୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୁକ୍ତ-୩ ଅଧ୍ୟାପକମାନଙ୍କୁ ନିୟୋଜିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥଲାା

ଏଥ ସହିତ ବୈଠକରେ ମହାବିଦ୍ୟାଳୟର ଜମିଜମା ସମସ୍ୟା ଭିତ୍ତିଭୂମିର ସଠିକ୍‌ ପରିଚାଳନା, କର୍ମଚାରୀ ବଣ୍ଟନ ଆଦି ପ୍ରସଙ୍ଗ ସଂପର୍କରେ ଆଲୋଚନା କରାଯାଇଥଲାା ବୈଠକରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ବିଶ୍ୱବ୍ୟାଙ୍କ ପ୍ରକଳ୍ପ, ଓଡ଼ିଶା ହାୟର ଏଜୁକେସନ୍‌ ପ୍ରୋଗ୍ରାମ ଫର ଏକ୍ସିଲେନ୍‌ସ ଆଣ୍ଡ ଇକ୍ୟୁଇପଡ଼୍‌ ପରମେଶ୍ୱରନ ବି.ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧକାରୀମାନେ ଯୋଗଦେଇଥଲୋ

ସମ୍ବନ୍ଧିତ ଖବର