ନେତାଙ୍କ ପରେ ଏବେ ସରକାରୀ କର୍ମଚାରୀଙ୍କୁ ଅଣ୍ଡାମାଡ଼

ବିଦାୟୀ କର୍ଲାପାଟ ରେଞ୍ଜରଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ନେତାଙ୍କୁ ଅଣ୍ଡାମାଡ ଥମି ନଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ବିଦାୟୀ କର୍ଲାପାଟ ରେଞ୍ଜରଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ଦକ୍ଷିଣାଞ୍ଚଳ ବନ ବିଭାଗର କର୍ଲାପାଟ ବନ ବିଭାଗ ରେଞ୍ଜର ଦେବେନ୍ଦ୍ର ଚନ୍ଦ୍ର ଖୁଣ୍ଟିଆଙ୍କ ନୂଆପଡା ଜିଲ୍ଲାର ଖରିଆର ରେଞ୍ଜକୁ ବଦଳି ହୋଇଛି। ଭୁବନେଶ୍ୱର ଯିବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ବାହାରିଥିଲେ। ତାଙ୍କୁ କିଛି କର୍ମଚାରୀ ଅଫିସ ବୋଲେରୋରେ ରେଳଷ୍ଟେସନକୁ ଛାଡିବାକୁ ନେଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କରି ଫେରାର ହୋଇ ଯାଇଥିଲେ। ଗତ କିଛିଦିନ ଧରି କର୍ଲାପାଟ ଅଞ୍ଚଳରେ କାର୍ଯ୍ୟ ହୋଇଥିବା ଶ୍ରମିକ ମାନଙ୍କ ପ୍ରାପ୍ୟ ନମିଳିବା ନେଇ ଅସନ୍ତୋଷ ଜାରି ରହିଥିଲା। ଏନେଇ ସଂପୃକ୍ତ ରେଞ୍ଜରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ଦେବାକୁ ମନା କରିଥିଲେ।

ସମ୍ବନ୍ଧିତ ଖବର