ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ବାରଙ୍ଗ : ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଛକରେ ଆଜି ରାତିରେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଛି। ରାତି ପ୍ରାୟ ୯ଟାରେ ବିଧାୟକ ଶ୍ରୀ ତ୍ରିପାଠୀ ତ୍ରିଶୁଳିଆ ରାମଲୀଳା ମଣ୍ଡପରେ ଆୟୋଜିତ ‘ପରୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ନରଣପୁର ଗ୍ରାମର ରାଜା ବିଶ୍ୱାଳ ନାମକ କଂଗ୍ରେସ କର୍ମୀ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ଫିଙ୍ଗିଥିଲେ। ସେଠାରେ ଉପସ୍ଥିତ ପୁଲିସ୍‌ କର୍ମୀ ସଂଗେ ସଂଗେ ରାଜାଙ୍କୁ କାବୁ କରିନେଇଥିଲେ। ରାଜାଙ୍କୁ ଅଟକ ରଖାଯାଇଥିବା ବାରଙ୍ଗ ଥାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର