ଅଣ୍ଡା ଉପରେ ଏକ୍ସପାଏରି ଡେଟ୍‌

ବଲାଙ୍ଗୀର : ବଜାରରେ ମିଳୁଥିବା ସାମଗ୍ରୀର ଉତ୍ପାଦନ ତାରିଖ ଓ ତାର ସମୟ ଅବଧି ଶେଷ ତାରିଖ(ଏକ୍ସପାଏରି ଡେଟ୍‌) ଉଲ୍ଲେଖ ରହିଥାଏ। ତେବେ ଆମେ ଖାଉଥିବା ଅଣ୍ଡା ଉପରେ ତା’ର ସମୟ ଅବଧି ଲେଖା ଥିବା କେବେ କେହି ଦେଖି ନଥିଲେ। ବିଦେଶରେ ଏହାକୁ କାର୍ଯ୍ୟକାରୀ କରାଯାଉଥିବା ବେଳେ ଭାରତରେ ଏହା କମ୍‌ ଦେଖିବାକୁ ମିଳେ। କିନ୍ତୁ ବଲାଙ୍ଗୀର-ସମ୍ବଲପୁର ରୋଡ୍‌ର ଛତାମଖନାରେ ଥିବା ଓଭୋ ହେଚୁରୀ ଫାର୍ମ ଅଣ୍ଡାର ସମୟ ଅବଧି ଜଣାଇବା ସହ ସେମାନଙ୍କ ଅଣ୍ଡା ଠିକ୍‌ ବୋଲି ଦର୍ଶାଇବା ପାଇଁ ଆଧୁନିକ ପଦ୍ଧତି ଆପଣାଇଛି। ଗଲା ସପ୍ତାହେ ହେଲା ବଲାଙ୍ଗୀରରୁ ଉତ୍ପାଦିତ ହେଉଥିବା ଅଣ୍ଡାର ସମୟ ଅବଧି ଥିବା ପ୍ରିଣ୍ଟ ଅଣ୍ଡା ଉପରେ ହିଁ ଉଲ୍ଲେଖ ରହୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଗ୍ରାହକଙ୍କ ମନରେ କୌତୁହଳ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର