ବାଲେଶ୍ବର : କ୍ବାରାଣ୍ଟିନ ସେଣ୍ଟରରେ ଇଦ୍

ଜଲେଶ୍ବର : ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର ବ୍ଲକ ଓଲମରା ପଞ୍ଚାୟତର ଦୁଇଟି କ୍ବାରାଣ୍ଟିନ ସେଣ୍ଟରରେ ଆଜି ମୁସଲିମ ଭାଇଭଉଣୀ ଇଦ୍ ପାଳନ କରିଛନ୍ତି। ସ୍ଥାନୀୟ ବ୍ରହ୍ମାପୁର ହାଇସ୍କୁଲରେ ୨୮ ଜଣ ଏବଂ ଓଲମରା ସୀମାନ୍ତ ମହାବିଦ୍ୟାଳୟରେ ୮ ଜଣ ମୁସଲମାନ ଭାଇଭଉଣୀ ରହୁଛନ୍ତି। ଆଜି ପୂର୍ବାହ୍ନରେ ପ୍ରାୟ ୮ ଟା ସମୟରେ ସେମାନେ ସଂଗରୋଧ କେନ୍ଦ୍ର ସମ୍ମୁଖ ପଡ଼ିଆକୁ ଆସି ସାମାଜିକ ଦୂରତା ରକ୍ଷା କରି ସମୂହ ନମାଜ ପାଠ କରିଥିଲେ। ଏହାପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇଥିଲେ। ଝାଡେଶ୍ବରପୁର, ଶେକବାଡ, ରାଜପୁର, ଶାସନବାଡ, ପଞ୍ଚୁଘଣ୍ଟା, ନାମ୍ପୋ, ପଶ୍ଚିମବାଡ, ଓଲମରା ଆଦି ଅଞ୍ଚଳରେ ମଧ୍ୟ ମୁସଲମାନ ଭାଇମାନେ ସାମାଜିକ ଦୂରତାକୁ ମାନି ଇଦ୍ ପାଳନ କରିଛନ୍ତି।

ସମ୍ବନ୍ଧିତ ଖବର