ଜିଲ୍ଲା ପ୍ରଶାସନର ବିଚିତ୍ର ବ୍ୟବସ୍ଥା: ଜଣେ ପ୍ରଧାନ ଶିକ୍ଷକଙ୍କୁ ଆଠଟି ଅତିରିକ୍ତ ଦାୟିତ୍ୱ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ପ୍ରଶାସନର ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ଜିଲ୍ଲାରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ୮ଟି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କୋରାପୁଟ ବାଳକ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକାଶ ଚନ୍ଦ୍ର ସରକାରଙ୍କୁ ୮ଟି ଅତିରିକ୍ତ ଗୁରୁ ଦାୟିତ୍ୱ ମିଳିଛିା ଶିକ୍ଷା ବିଭାଗର ଏହି ନିତିକୁ ଶଗଡ ଗାଡିରେ ବଳଦ ଉପରେ ଯେପରି ଭାର ପ୍ରଧାନ ଶିକ୍ଷକଙ୍କୁ ସେପରି ଭାର ପ୍ରଦାନ କରାଯାଇଥିବା ବେଳେ ବର୍ତମାନ୍‌ ସରକାର ୯ଟି ଦାୟିତ୍ୱରେ ରହି ସରକାରୀ ଚାକିରି କରୁଛନ୍ତିା

କୋରାପୁଟ ବାଳକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକତା ତାଙ୍କ ମୂଳ ଚାକିରି ହୋଇଥିବା ବେଳେ ତାଙ୍କୁ ଲକ୍ଷ୍ମୀପୁର ବ୍ଲକର ଶିକ୍ଷାଧିକାରୀ ଭଳି ଗୁରୁ ଦାୟିତ୍ୱ ସହ ଗୌଡଗୁଡା ଆର୍ଦଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପୋଡାଗଡ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ, କୋଲାବ୍‌ ନଗର୍‌ ବାଳକ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ, ଦଶମନ୍ତପୁର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏନଆଇଓଏସ୍‌ର ଇନଚାର୍ଜ ଭଳି ଅତିରିକ୍ତ ଦାୟିତ୍ୱରେ ରହିଛନ୍ତିା ଜଣେ ପ୍ରଧାନ ଶିକ୍ଷକଙ୍କୁ ଏପରି ନଅଗୋଟି ଦାୟିତ୍ୱ ପ୍ରଦାନ କରାଯିବାରେ ତାଙ୍କର ଦକ୍ଷତା ପ୍ରତି ଜିଲ୍ଲା ଶିକ୍ଷାବିଭାଗର ଭରଷା ନାଁ ଜିଲ୍ଲାରେ ପ୍ରଧାନଶିକ୍ଷକଙ୍କ ସହ ବରିଷ୍ଠ ଅଧିକାରୀ ନାହାନ୍ତି, ତାହା ବର୍ତମାନ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହୋଇଛିା

ଗତ କିଛି ମାସ ତଳେ ଶ୍ରୀ ସରକାରଙ୍କୁ କୋରାପୁଟ ବାଳକ ଉଚ୍ଚବିଦ୍ୟାଳୟର ନୋଡାଲ୍‌ ପ୍ରଧାନଶିକ୍ଷକ ଭାବେ ୫ଟି ଅତିରିକ୍ତ ଦାୟିତ୍ୱ ରହିଥିଲା ଯାହାକି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ବର୍ତମାନ୍‌ ଖବର ପ୍ରସାର ର କିଛି ମାସ ପରେ ପୁଣି ୪ଟି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛିା ପୁଣି ବର୍ତମାନ ଖବର ପ୍ରସାରିତ ପରେ ଆଉ କେତୋଟି ପଦବିର ଅତିରିକ୍ତ ଦାୟିତ୍ୱ ଜିଲ୍ଲାପ୍ରଶାସନର ଶିକ୍ଷାବିଭାଗ ଦ୍ୱାରା ପ୍ରଦାନ କରାଯିବ ତାହା ବର୍ତମାନ ପ୍ରଶ୍ନବାଚି ସୃଷ୍ଠି ହୋଇଛିା

ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ ସ୍କୁଲ ପାଇଁ ଗୁରୁତ୍ୱପୁର୍ଣ ହୋଇଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ସମସ୍ତ ବିଷୟ ପ୍ରଧାନ ଶିକ୍ଷକ ସମ୍ଭାଳିବା ସହ ଛାତ୍ରଛାତ୍ରୀଙ୍କୁ ପାଠ ମଧ୍ୟ ପଢାଇବାର ନିୟମ ରହିଛି, ବର୍ତମାନ ଶ୍ରୀ ସରକାରଙ୍କୁ ଏତେ ସବୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସେ କିପରି ନିଯ ନୋଡାଲ୍‌ ସ୍କୁଲ ପରିଚାଳନା କରିବା ସହ ଗୋଟିଏ ଜିଲ୍ଲାର ଲକ୍ଷ୍ମୀପୁର ଭଳି ମୁଖ୍ୟ ବ୍ଲକର ବ୍ଲକ ଶିକ୍ଷାଧିକାରୀ ଭାବେ ରହି ସମସ୍ତ ଶିକ୍ଷକଙ୍କ ଦାୟିତ୍ୱ ଦେଖିପାରୁଥିବେ ତାହା ଶୁଣିଲେ ଯେକେହିବି ଚକିତ ହୋଇଯିବୋ

ସମ୍ବନ୍ଧିତ ଖବର