୮ ପିଏଲ୍‌ଏଫ୍‌ଆଇ ଗିରଫ : କାର୍ବାଇନ୍‌, ବନ୍ଧୁକ ଓ ଗୁଳି ଜବତ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଡକି ଥାନା ଅନ୍ତର୍ଗତ କୁଲବୁରୁ ଜଙ୍ଗଲରେ ସିଆର୍‌ପିଏଫ୍‌- ପୁଲିସ ଯବାନଙ୍କ ମିଳିତ ଖାନତଲାସୀ ଅଭିଯାନ ବେଳେ ନିଷିଦ୍ଧ ଘୋଷିତ ପିପୁଲ୍‌ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫଆଇ)ର ୮ ଜଣ ସଦସ୍ୟ ଧରାପଡ଼ିଛନ୍ତି। ଗିରଫ ୮ ଜଣ ଯାକ ପିଏଲ୍‌ଏଫଆଇ ଏରିଆ କମାଣ୍ଡର ଦତି ନାଗ୍‌ର ଘନିଷ୍ଠ ସହଯୋଗୀ। ସେମାନେ ହେଲେ ଅଡକି ଥାନା ମୁରଗିଡିହିର ଚାର୍ଡ ନାଗ୍‌ ଓରଫ ପାଓ୍ଵାର ଓରଫ ବିର୍‌ସା, ପ୍ରବୀଣ ମୁଣ୍ଡୁ, ବନ୍ଧଗାଁର ଡେଭିଡ୍‌ ସାଣ୍ଡି ପୂର୍ତ୍ତି, ଲୁମ୍ବଇ ଥାନା ମୁରହୂର ଗ୍ରାମର ଶିବା ମୁଣ୍ଡୁ, ସୀତାରାମ ଟୁଟି, କୁଅଁର ହାସା ପୂର୍ତ୍ତି, କଣ୍ଡା ବୋଦ୍ରା। ସେମାନଙ୍କଠାରୁ ଅତ୍ୟାଧୁନିକ କାର୍ବାଇନ, ଦେଶୀ ବନ୍ଧୁକ, ୮ଟି ଅଫୁଟା ଗୁଳି, ମୋବାଇଲ ଫୋନ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ସମ୍ବନ୍ଧିତ ଖବର