ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟ ସୂଚୀ ଘୋଷଣା କଲେ ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର: ରାଜ୍ୟର ୨୭ଟି ଜିଲ୍ଲାରେ ଖାଲି ପଡ଼ିଥିବା ୪ଟି ଜିଲ୍ଳା ପରିଷଦ ସଭ୍ୟ, ୧୭ଟି ସରପଞ୍ଚ, ୨୧ଟି ସମିତି ସଭ୍ୟ ଓ ୩୦୩ ଓ୍ଵାର୍ଡ ମେମ୍ବର ପଦବୀ ଲାଗି ହେବାକୁ ଥିବା ଉପ ନିର୍ବାଚନ ପାଇଁ ନିର୍ବାଚନ କମିସନ କାର୍ଯ୍ୟ ସୂଚୀ ଘୋଷଣା କରିଛନ୍ତି। ଏହି ଜିଲ୍ଲା ପରିଷଦ ଜେନ୍‌ଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଳାର ୧୯-ଛତ୍ରପୁର, ଯାଜପୁର ଜିଲ୍ଳାର ୦୮-ଦାନଗଦି ଓ କୋରାପୁଟ ଜିଲ୍ଳାର୧୫-ପଟାଙ୍ଗୀ ଏବଂ ୧୦-ଦଶମନ୍ତପୁର।

ବିଜ୍ଞପ୍ତି ଅନୁଯାୟୀ ନିର୍ବାଚନ କମିସନ ଚଳିତମାସ ୨୯ ତାରିଖରେ ନୋଟିସ୍‌ ଜାରି କରିବେ। ୩୧ ତାରିଖରୁ ନଭେମ୍ବର ୨ ତାରଖ ମଧ୍ୟରେ ମନୋନୟନ ପତ୍ର ଗ୍ରହଣ କରାଯିବ। ୪ ତାରିଖରେ ମନୋନୟ ପତ୍ରଗୁଡ଼ିକୁ ଯାଞ୍ଚ୍‌ କରାଯିବା ପରେ ୫ ତାରିଖରେ ମନୋନୀତ ପ୍ରାର୍ଥୀମାନଙ୍କ ନାମ ତାଲିକା ଘୋଷଣା କରାଯିବ। ପ୍ରାର୍ଥୀମାନେ ଚାହଁଲେ ୭ ତାରିଖ ୧୧ଟା ସୁଦ୍ଧା ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ୧୧ ତାରିଖ ଦିନ ଅପରାହ୍ନ ୩ଟା ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ।

ନଭେମ୍ବର ୨୭ ତାରିଖ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। ୨୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର