ଭୁବନେଶ୍ୱର: ବୁଧବାର ଦିନ ଅଶୋକ ଲାଭାସାଙ୍କ ନେତୃତ୍ୱରେ ଭାରତର ନିର୍ବାଚନ କମିସନଙ୍କର ଏକ ଛଅଜଣିଆ ଟିମ୍ ରାଜ୍ୟରେ କିପରି ସୁଚାରୁରୂପେ ସାଧାରଣ ନିର୍ବାଚନ ଆୟୋଜନ ହେବ ସେଥି ନେଇ ଭୁବନେଶ୍ୱରରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିଛିନ୍ତି।
ନିର୍ବାଚନ କମିଶନଙ୍କର ଛଅଜଣିଆ ଟିମ୍କୁ କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ତରଫରୁ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଏବଂ ବିଜୁ ଜନତା ଦଳ ପକ୍ଷରୁ ସସ୍ମିତ ପାତ୍ର ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟିଛନ୍ତି। ଭାରତୀୟ ଜନତା ପାର୍ଟି ଶାସକ ଦଳ ଯେପରି ସରକାରୀ କଳର ଅପପ୍ରୟୋଗ ନ କରେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ବାଚନ କମିଶନଙ୍କର ଛଅଜଣିଆ ଟିମ୍ ନିକଟରେ ଦାବି କରିଛି।
/sambad/media/post_attachments/wp-content/uploads/2019/02/chief-election-commissioner-of-india-nkn-3-dinia-odisha-grasta-3.jpg)
ଆସନ୍ତା ୧୫ ତାରିଖ ଦିନ ନିର୍ବାଚନ କମିସନ୍ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଆଇନ୍ ବିଭାଗ ସଚିବ ଓ କେନ୍ଦ୍ରୀୟ ଅଧିକାରୀମାନଙ୍କ ସହ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବେ।ଏହାପରେ ଭାରତର ନିର୍ବାଚନ କମିସନଙ୍କର ଏହି ଛଅଜଣିଆ ଟିମ୍ ଏକ ସାମ୍ବାଦିକ ସମ୍ମିଳନୀ କରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/EC-Meets-with-Political-Parties-in-Odisha_Thumbnail.jpg)