ନିର୍ବାଚନ ଫ୍ଲାଇଂ ସ୍କ୍ବ‌ାଡ୍‌ର ଚଢ଼ାଉ: ବରଗଡ଼ରୁ ୧୨ ଲକ୍ଷ, ଛେଣ୍ଡିପଦାରୁ ୫ ଲକ୍ଷ ଜବତ

0

ବରଗଡ଼/ଛେଣ୍ଡିପଦା: ନିର୍ବାଚନ ଫ୍ଲାଇଂ ସ୍କ୍ବାଡ ଆଜି ଚଢ଼ଉ କରି ୧୭ ଲକ୍ଷ ଟଙ୍କା ଜବତ କରିଛି। ସେଥିମଧ୍ୟରୁ ବରଗଡ଼ରୁ ୧୨ ଲକ୍ଷ ଟଙ୍କା ଜବତ କରିଥିବାବେଳେ ‌ଛେଣ୍ଡିପଦାରୁ ୫ ଲକ୍ଷ ଟଙ୍କା ଜବତ କରିଛି। ସୂଚନା ଅନୁସାରେ, ଅମ୍ବାଭୋନା ବ୍ଲକର ଜଣାଣୁଣା ବ୍ୟବସାୟୀ ପ୍ରେମ ପଟେଲଙ୍କ କାର୍‌ରୁ ମଂଗଳବାର ୧୨ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରେମ ତାଙ୍କ ଗାଡ଼ି (ଓଡି ୧୭ଜି ୨୩୨୩)ରେ ଅମ୍ବାଭୋନାରୁ ବରଗଡ଼ ଅଭିମୁଖେ ଆସୁଥିଲେ। ଭଟଲି ବ୍ଲକ ବାଉଲସିଂହା ଛକଠାରେ ତାଙ୍କ ଗାଡ଼ିକୁ ଫ୍ଲାଇଂ ସ୍କ୍ବାଡ୍‌ ଅଟକାଇଥିଲା। ଯାଂଚ ବେଳେ ଗାଡ଼ିରୁ ୧୨ଲକ୍ଷ ଟଙ୍କା ନଗଦ ମିଳିଥିଲା। ପେଟ୍ରୋଲ ପମ୍ପର ଟଙ୍କା ଜମା କରିବାକୁ ବରଗଡ଼ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଜମା କରିବାକୁ ଯାଉଥିବା ପ୍ରେମ ସଫେଇ ଦେଇଛନ୍ତି। ତାଙ୍କ ପେଟ୍ରୋଲ ପମ୍ପର ଗତ ୩ମାସର ଆୟବ୍ୟୟ ଏବଂ ଜମା ତଥ୍ୟକୁ ପୁଲିସ୍‌ ତର୍ଜମା କରୁଛି। ସେହି ଆଧାରରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ୍‌ କହୁଛି। ସେହିଭଳି, ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଜରପଡା ଥାନା ମୁଠାସାହି ଛକରୁ ପୁଲିସର ଫ୍ଲାଇଂ ସ୍କ୍ବାଡ୍ ଏକ ଇଣ୍ଡିଗୋ କାରରୁ ୫ ଲକ୍ଷ ଟଙ୍କା ଜବତ କରିଛି। ସ୍କ୍ବାଡ ଯାଞ୍ଚ କରୁଥିବା ସମୟରେ ଅନୁଗୁଳରୁ ମୁଠାସାହି ଛକଦେଇ ଠାକୁରଗଡ଼କୁ ଯାଉଥିବା ଇଣ୍ଡିଗୋ କାର୍‌(ଓଡି-୦୨-ବିୟୁ-୮୪୫୦)ରେ ଥିବା ଦିଲୀପ କୁମାର ଖୁଣ୍ଟିଆଙ୍କଠାରୁ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ଡିଆଇସି ଜିଏମ୍ ଗଗନ ବିହାରୀ ନାୟକ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଂଚ ହୋଇଥିଲା। କାରକୁ ପୁଲିସ ଛାଡି ଦେଇଥିବା ବେଳେ ଟଙ୍କା ଜବତ କରି ଏ ସଂପର୍କରେ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.