ଭୋଟର ନିଷ୍ପତ୍ତି ନେଇସାରିଲେଣି, କୋଳାହଳ ନାହିଁ, ପ୍ରଚାର ଅଭିଯାନ ଫିକା

ବ୍ରହ୍ମପୁର (ଭବାନୀ ଶଙ୍କର ତ୍ରିପାଠୀ) : ଆଉ ୪୮ ଘଣ୍ଟା ପରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର କଟକଣା ଲାଗିବ। ଦୁଇ ସପ୍ତାହ ଧରି ପ୍ରାର୍ଥୀ ଓ କର୍ମୀ ଚଳାଇଥିବା ଘମାେଘାଟ ପ୍ରଚାର ଶେଷ ହେବ। ନେତା ଓ କର୍ମୀ ଶେଷ କୌଶଳ ପ୍ରୟୋଗ କରିବାକୁ ଯାଇ ଅନ୍ଧାରୀ ବିେଜ କରିବେ।

ହେଲେ ଏହାର ଠିକ୍ ପୂର୍ବର ଚିତ୍ର ଭିନ୍ନ ଏକ ସଙ୍କେତ ଦେଇଛି। ସହର, ବଜାର, ଗାଁ ଗଣ୍ଡାରେ ବିଛାଇ ହୋଇଯାଇଥିବା ଚିକ୍ ଚିକ୍ ରାସ୍ତାରେ ପ୍ରାର୍ଥୀ, ଅନୁଗତ, ଦଳୀୟ କର୍ମୀଙ୍କର ଗା଼ଡି ଧାଁ ଦଉଡ କରୁଛି ସତ କିନ୍ତୁ ଆଦୌ କୋଳାହଳ ନାହିଁ। ଲିଫଲେଟ୍, ପ୍ରଚାର ପତ୍ର କଥା ଦୂରେ ଥାଉ ତୋରଣ, ପୋଷ୍ଟର, ବ୍ୟାନର ତ ନାହିଁ କହିଲେ ଚଳେ। କେଉଁଠି କେମିତି ରାସ୍ତା କଡରେ ବିେଜଡି, ବିଜେପିର ପତାକା ମାଳ ଝୁଲୁଛି। ଆଉ ହାତ ଗଣତି ପ୍ରଚାର ଗାଡି କର୍ମୀଙ୍କୁ ନେଇ ମୋଟର ସାଇକେଲ୍ ଶୋଭାଯାତ୍ରା କରୁଛନ୍ତି ପ୍ରାର୍ଥୀ।

ଆସନ୍ତା ୧୧ ତାରିଖରେ େହବାକୁ ଥିବା ବ୍ରହ୍ମପୁର େଲାକସଭା ଆସନ ଅନ୍ତର୍ଗତ ବ୍ରହ୍ମପୁର, ଚିକିଟି, େଗାପାଳପୁର, ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବୁଲି େଦଖିବା ପରେ ଏମିତି ଅନୁଭୂତି େହାଇଛି। ଏସବୁ ଅଞ୍ଚଳକୁ େଦଖିବା ପରେ ମ‌ନେ ହେଉଛି େଯ ଏଥର ନିର୍ବାଚନ ପ୍ରଚାର ତରିକା ବଦଳିଯାଇଛି। କିନ୍ତୁ ଏକଥା ବେଶ୍ ବାରି େହାଇପଡୁଛି େଯ କେଂଗ୍ରସକୁ ହଟାଇ ବିେଜପି ଶାସକ ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା େହାଇ ସାରିଲାଣି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ବିରୋଧରେ େଯଭଳି ହୁ ହୁ େହାଇ ଜନମତ ନିର୍ବାଚନୀ ବାତାବରଣକୁ ଗ୍ରାସିବ େବାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୂର୍ବାନୁମାନ କରୁଥିଲେ, ଏସବୁ ଆସନର ତୃଣମୂଳସ୍ତରରେ ସ୍ଥିତି ସେମିତି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ହାଵା ଗାଁ ଗଣ୍ଡାରେ ଛାଇଯିବ େବାଲି େଯଉଁ ଆକଳନ କରାଯାଇଥିଲା, ତାହା ଦେଖିବ‌ାକୁ ମିଳିନାହିଁ।

ତା ସତ୍ତ୍ବେ ବାସ୍ତବିକତା େହଲା, ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ବିେଜଡି ଏଥର ସବୁଠାରୁ ବଡ଼ ଲଢେଇ ଲଢୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତିରେ କୌଣସି ଆଞ୍ଚ ଆସିବା ଭଳି ମନେ େହଉନାହିଁ। କିଛି ବୟସ୍କଙ୍କୁ ବାର୍ଧକ୍ୟ ଭତ୍ତା ନ ମିଳିବା, ଡାକ୍ତରଖାନାରେ ଡାକ୍ତର ଅଳ୍ପ କିଛି ଔଷଧ ମାଗଣାରେ େଦଇ ଅନ୍ୟ ସବୁକୁ େଦାକାନରୁ କିଣି ଆଣିବାକୁ ପରାମର୍ଶ େଦବା ଭଳି େଛାଟ େମାଟ କିଛି କଥା ଛଡା ସରକାର ବିେରାଧରେ କୌଣସି ବଡ଼ ଅଭିେଯାଗ ବି ନାହିଁ। କିନ୍ତୁ ସ୍ଥାନୀୟ ବିଧାୟକଙ୍କ ଆଚରଣ, ଉଚ୍ଚାରଣ, କାର୍ଯ୍ୟଶୈଳୀରେ େଲାକେ କିଛି ମାତ୍ରାରେ ଅସନ୍ତୋଷ ଥିବା ପରିଲକ୍ଷିତ େହାଇଥିଲା।

ଶାସକ ବିେଜପି ସାଂଗଠନିକ ସ୍ତରରେ ସେତେଟା ପ୍ରଭାବୀ ନାହିଁ। କିନ୍ତୁ ବିେରାଧୀ କଂଗ୍ରେସ ଦଳର ସଂଗଠନ ଅତ୍ୟନ୍ତ ଦୁର୍ବଳ ଅବସ୍ଥାକୁ ଚାଲି ଆସିଥିବାରୁ ବିେଜପି ତାର ଫାଇଦା େନଇ ବିକଳ୍ପ ସ୍ଥାନକୁ ଚାଲିଆସିଛି। ୨୦୦୯ରେ ବିେଜଡି ହାତ ଛାଡିବା ପରେ ସମ୍ଭବତଃ ବିେଜପି ନିଜ ସ୍ଥିତିରେ ସର୍ବାଧିକ ସୁଧାର ଆଣିପାରିଛି।

େକଉଁଠି ନା କେଉଁଠି ବିକଳ୍ପ େନତୃତ୍ବ ପାଇଁ ସାଧାରଣରେ ଏକ ଅନ୍ତଃସ୍ବର ସ୍ପଷ୍ଟ ଭାବେ ବାରି େହଉଛି। ବିେଶଷକରି ଚିକିଟିରେ ୨୦ ବର୍ଷର ବିଧାୟିକା ରାଣୀ ଉଷା େଦବୀଙ୍କ ପ୍ରତି କିଛି େଭାଟରଙ୍କ ମତ ଅନୁକୂଳ ନଥିବା ମନେ େହଲା। ନୂଆ େଲାକଙ୍କୁ େଦଇ ଦେଖିବା େବାଲି କିଛି େଭାଟର ମତ ରଖିଥିଲେ। ହେଲେ ସମାନ୍ତରାଳ ଭାବେ ଚିକିଟି ଏନଏସି ଉପକଣ୍ଠସ୍ଥ କରବାଲୁଆ ଅଞ୍ଚଳର କିଛି େଭାଟର କହିଥିଲେ, ତଥାପି ରାଣୀଙ୍କର ସମ୍ଭାବନା ଅଛି। କଂଗ୍ରେସ ଛାଡି ଫୁଲ ଧରିଥିବା ଦ୍ୟାନ ସାମନ୍ତରାୟ ପରିବାରର ପୁଅ ଏଠାରେ ପ୍ରଧାନ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା େହାଇଛନ୍ତି।

େଗାପାଳପୁର ନିର୍ବାଚନମଣ୍ଡଳୀ ବୁଲିବା େବଳେ ପୁରୁଷ େଭାଟରଙ୍କ ଅପେକ୍ଷା ମହିଳାଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଅଧିକ ଉତ୍ସାହ େଦଖିବାକୁ ମିଳିଥିଲା। ଜଗନ୍ନାଥପୁର ଗାଁର କିଛି କହିଥିଲେ, ଆମେ ଏକାଠି ବସି ନିଷ୍ପତ୍ତି େନବାକୁ କାହାକୁ େଭାଟ ଦିଆଯିବ। ହେଲେ େସମାନଙ୍କ ଅନତି ଦୂରରେ ଥିବା କିଛି ମହିଳାଙ୍କ ମତ କୌଣସି ଅଭିଜ୍ଞ େଭାଟରଙ୍କ ଠାରୁ କମ୍ ନଥିଲା। େସମାେନ କହିଥିଲେ,‘ଆମେ ଯାହାକୁ ଚିହ୍ନିଛୁ, ଯିଏ ଆମକୁ େଦଉଛି, ଆମେ ତା ସହିତ”।

ଏହି କଥାଟି ନିଜ ନିଜ ଭାଷାରେ ଅନ୍ୟ ନିର୍ବାଚନମଣ୍ଡଳୀ ମହିଳା େଭାଟରଙ୍କ ସ୍ବରରେ ମଧ୍ୟ ପ୍ରତିଧ୍ବନିତ େହାଇଥିଲା। ସ୍ପଷ୍ଟ ଭାବେ େଖାଲି ନ କହିଥିଲେ ବି ଏହା ସୂଚାଇ େଦଉଥିଲା େଯ େସମାନଙ୍କ ଇଙ୍ଗିତ କାହା ଆଡକୁ। ତେବେ େଗାପାଳପୁର ଆସନରେ ବିେଜପି ପ୍ରାର୍ଥୀ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା େହାଇଛନ୍ତି।

ଦିଗପହଣ୍ଡି ଓ ବ୍ରହ୍ମପୁର ବିଧାନସଭା ଆସନରେ କିନ୍ତୁ ଚିତ୍ର କିଛି ଭିନ୍ନ ଥିଲା। ଦିଗପହଣ୍ଡିରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିପକ୍ଷରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା। କଇଠଡା ଅଞ୍ଚଳରେ ଛିଡା େହାଇଥିବା କିଛି େଭାଟର କହିଥିଲେ, ଆମେ ଜନ୍ମରୁ ଜଣେ ବିଧାୟକଙ୍କୁ େଦଖୁଛୁ, େସ େହଉଛନ୍ତି ଆନ୍ନା (ସୂର୍ଯ୍ୟ ନାରାୟଣ ପାତ୍ର)। ଏହି ନିର୍ବାଚନମଣ୍ଡଳୀରେ କିଛି େଭାଟର ବିକଳ୍ପ େନତୃତ୍ବ ସଂପର୍କରେ ଠାରିଥିଲେ ହେଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିନଥିବା େନଇ ବିେଜପି ଉପରେ ଅସନ୍ତୋଷ ଝାଡିଥିଲେ। ସଂଗଠନ କରୁଥିବା େନତାଙ୍କୁ ଦଳ େନତାମାେନ ଚିହ୍ନି ପାରନ୍ତି ନାହିଁ େବାଲି େକ୍ଷାଭ ପ୍ରକଟ କରିଥିଲେ। ତେବେ ନିର୍ବାଚନମଣ୍ଡଳୀ ବୁଲି େଦଖିବା ବେଳେ ଏଠାରେ ବିେଜପି ପ୍ରାର୍ଥୀ ସିନେ ତାରକା ପିଙ୍କି ପ୍ରଧାନଙ୍କ ସଭା ପ୍ରତି ମଧ୍ୟ େଭାଟରଙ୍କ ଆକର୍ଷଣ ଥିବା ପରିଲକ୍ଷିତ େହାଇଥିଲା।

ବ୍ରହ୍ମପୁର ଆସନରେ ଘମାେଘାଟ ଲଢେଇ ଚାଲିଛି। ଏହି ଆସନରେ ବିେଜପି ଓ କଂଗ୍ରେସ କିନ୍ତୁ ସେଭଳି ଚର୍ଚ୍ଚାରେ ନାହାନ୍ତି, େଯମିତି ସ୍ବାଧୀନ ପ୍ରାର୍ଥୀ ଶିବ ଶଙ୍କର ଦାସଙ୍କୁ ନେଇ େଲାକେ ମତ ରଖୁଛନ୍ତି। ଜେଲରେ ଥାଇ ନିର୍ବାଚନ ଲଢୁଥିଲେ ହେଁ, ସେ ବିେଜଡିକୁ ଟକ୍କର େଦଉଛନ୍ତି। ରାଲିରେ ଯାଉଥିବା ଜଣେ କର୍ମୀ ଶିବଶଙ୍କରର ଗତ ଦିନର ସଫଳତା ବଖାଣୁଥିବା ବେଳେ ଏଥିରେ ତାଙ୍କ ପତ୍ନୀ େନତୃତ୍ବ େନଉଥିବା େଦଖିବାକୁ ମିଳିଥିଲା। ସହରରେ େଜାରଦାର ବୁଲୁଥିଲା ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପ୍ରଚାର ଗାଡି।

କିଛି େଭାଟର ଏଠାରେ ମତ ରଖିଥିଲେ ଯେ ଦୁର୍ବଳ ସଂଗଠନ, ଉପଯୁକ୍ତ ପ୍ରାର୍ଥୀ ଚୟନରେ ବିଫଳତା କାରଣରୁ ବ୍ରହ୍ମପୁର ବିଧାନସଭା ଆସନରେ କେଂଗ୍ରସ ଓ ବିଜେପି େବଶ୍ ପ୍ରଭାବୀ ପ୍ରଦର୍ଶନ କରିବା ସ୍ଥିତିକୁ ଆସିନାହାନ୍ତି।

ସମ୍ବନ୍ଧିତ ଖବର