ଆସନ୍ତା ୧୬ରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବକେୟା ବିଲ୍ ପୈଠ କରି ନ ଥିବା ଗ୍ରାହକଙ୍କର ବିଦ୍ୟୁତ୍‌ ସଂଯୋଗ କଟାଯିବ: ସେସୁ

ଭୁବନେଶ୍ବର:  ଆସନ୍ତା ୧୬ ତାରିଖରେ ବକେୟା ବିଦ୍ୟୁତ ବିଲ୍ ପୈଠ କରି  ନଥିବା ଗ୍ରାହକଙ୍କ ଘରୁ  ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ। ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ମଙ୍ଗଳବାର ଏହା ସ୍ପଷ୍ଟ କରିଛନ୍ତି । ଯେଉଁ ବ୍ୟାବସାୟିକ ଓ ଘରୋଇ ଉପଭୋକ୍ତାଙ୍କର  କ୍ଷମତା ଅଛି ହେଲେ ବିଲ ଦେଉନାହାନ୍ତି  ପ୍ରଥମେ ସେମାନଙ୍କର ବିଦ୍ୟୁତ ବିଚ୍ଛିନ୍ନ କରାଯିବ। ନୋଟିସ୍ ଜାରି ହୋଇଥିବା ଗ୍ରାହକମାନେ ଦୁଇ ଦିନ ଭିତରେ ବକେୟା ବିଲ୍‌ ପୈଠ ନ କେଲେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେସୁ ପକ୍ଷରୁ କୁହାଯାଇଛି। ପ୍ରଥମେ ଡିସେମ୍ବର ୨୦ ତାରିଖରେ ଏ ନେଇ ସୂଚନା ଦିଆଯାଇଥିଲା।  ଚଳିତବର୍ଷ ଜାନୁଆରି ୧୬ରୁ ଫେବ୍ରୁଆରି ୫ ତାରିଖ ଯାଏ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟ ଜାରି ରହିବ।

ଏଥିଲାଗି  ୯ଟି ଜିଲ୍ଲାରେ ସେସୁ କର୍ମଚାରୀ କାମ କରିବେ।  ଏହି କାର୍ଯ୍ୟ କରିବାକୁ  ସମୁଦାୟ ୧୧୩୯୭ ଗ୍ରାମ ପାଇଁ ୪୧୩ଟି ସ୍କ୍ବାର୍ଡ ଗଠନ କରାଯାଇଛି । ଦିନକୁ ୩ରୁ ୪ଟି ଗାଁକୁ  ସ୍କ୍ବାଡ ବୁଲିବେ ବୋଲି ଜାଣିବାକୁ ମିଳିଛି। ତେବେ ପୂରା ଗାଁରେ ଏହି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ।  ଯେଉଁ ଘର ସବୁ ବିଲ୍ ଦେଇ ନ ଥିବେ ସେମାନଙ୍କର ହିଁ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ।

ପୂର୍ବରୁ ବିଦ୍ୟୁତ ବିଲ ପୈଠ ନ କଲେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଘୋଷଣା କରିଥିଲା । ଏହାକୁ ନେଇ ବିବାଦ ବି ଦେଖା ଦେଇଥିଲା । ବିରୋଧୀ ଦଳଗୁଡିକ ବିଦ୍ୟୁତ କାଟ ହେଲେ ଆନ୍ଦୋଳନ କରିବେ ବୋଲି ଧମକ ବି ଦେଇଛନ୍ତି । ଏହାମଧ୍ୟରେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଆଜି ସ୍ପଷ୍ଟ କରିଦେଇଛି । ଉଲ୍ଲେଖଯୋଗ୍ୟ, ବକେୟା ବିଦ୍ୟୁତ ବିଲ୍ ପୈଠ ନ କଲେ ‘ସେସୁ’ର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନିଷ୍ପତ୍ତିକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ନିକଟରେ ଚେତାବନୀ ଦେଥିଲେ। ସେ କହିଥିଲେ ଯେ, ଯଦି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବ, ତା’ହେଲେ ରାଜରାସ୍ତାରେ ନିଆଁ ଜଳିବ।

ସମ୍ବନ୍ଧିତ ଖବର