ଢ଼େଙ୍କାନାଳ: ଦଂପତିଙ୍କୁ ଦଳିଦେଲା ଦନ୍ତା ହାତୀ

ଢ଼େଙ୍କାନାଳ: ଢ଼େଙ୍କାନାଳ ସଦର ରେଞ୍ଜ ଅର୍ନ୍ତଗତ ଦୁଧକାଟେନିଠାରେ ଏକ ଦଂପତିଙ୍କୁ ଦନ୍ତା ହାତୀ ଦଳିଦେଇଥିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସୁକାନ୍ତି ପ୍ରଧାନ ଓ ଡମ୍ବରୁ ପ୍ରଧାନ ବାଇକ୍ ଯୋଗେ ଦୋଳ ଯାତ୍ରା ଦେଖି ଫେରିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କର ଚିକିତ୍ସାଳୟରେ ମୃତ୍ୟୁ ଘଟିଛି । ତେବେ ଏହା ପୂର୍ବରୁ ଅନେକ ଥର ପର୍ଜଙ୍ଗ ଅଂଚଳରେ ହାତୀ ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ତେଣୁ ବାରମ୍ବାର ଏପରି ଭାବରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଚାଲିଯାଉଥିବାରୁ ସ୍ଥାନୀୟ ଲୋକ କ୍ଷୋଭ ପ୍ରକାଶ କରିବା ସହ ହାତୀ ଆକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦାବି କରିଛନ୍ତି ।

ତେବେ ଏ ନେଇ ବନବିଭାଗ କର୍ମଚାରୀ କହିଛନ୍ତି ଯେ, ଅନେକ ସମୟରେ ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଅଲଗା ହୋଇ ଏଣେ ତେଣେ ବୁଲିବା ସମୟରେ ହିଁ ଏପରି ଦୁର୍ଘଟଣା ହେଉଛି । ତେବେ ବନବିଭାଗ ପକ୍ଷରୁ ବାରମ୍ବାର ଦୁର୍ଘଟଣାକୁ ରୋକିବା ପାଇଁ ଚେଷ୍ଟା କରାଯାଉଛି ହେଲେ ଦୁର୍ଘଟଣା ଘଟିଛି ବୋଲି ବନବିଭାଗ କର୍ମଚାରୀ କହିଛନ୍ତି ।

ସମ୍ବନ୍ଧିତ ଖବର