ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ରାଉରକେଲା/ବୀରମିତ୍ରପୁର: ଆଜି କୁଆଁରମୁଣ୍ଡା ନିକଟ ଅଙ୍କୁରପାଲି ଗାଁରେ ଧନିଆ ଲାକ୍ରା (୪୦) ନାମକ ଜଣେ ମହିଳାଙ୍କୁ ହାତୀ କଚାଡ଼ି ମାରିଛି। ଧନିଆ ଭୋର୍‌ରୁ ପାଖ ପଡ଼ିଆରେ ଶୌଚ ସାରି ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ଗାଁ ଲୋକଙ୍କ ଠାରୁ ଖବର ପାଇବା ପରେ ବନବିଭାଗର ଏକ ଦଳ ଓ ପୁଲିସ ଘଟଣାସ୍ଥଳକୁ ଯାଇ ମୃତାଙ୍କ ଶବ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର