ହାତୀ ଉପଦ୍ରବ : ୪ ଗାଁରେ ୪୦ ଏକର ଫସଲ ନଷ୍ଟ

ଧମା : ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ୪ଟି ଗାଁରେ ଗତରାତିରେ ହାତୀ ଉପଦ୍ରବ ଯୋଗୁଁ ୪୦ ଏକର ଧାନ ନଷ୍ଟର ଅଭିଯୋଗ ହୋଇଛି। ମାଟିଖାଇ, ଦେହେରାପାଲି, ତେତେଲଟିକ୍ରା, ଛତାବର ଗାଁରେ ୧୬ରୁ୨୦ ହାତୀ ଗାଁକୁ ପଶି ଫସଲ ନଷ୍ଟ କରିଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଏଥିସହିତ ବେହେରାପାଲିର ଜଣଙ୍କ ଘର ମଧ୍ୟ ହାତୀ ନଷ୍ଟ କରି ଦେଇଛି। ଏହି ହାତୀମାନଙ୍କ ମଧ୍ୟରେ ୨ଟି ଶାବକ ଅଛନ୍ତି। ନଷ୍ଟ ଫସଲ ପାଚି ଯାଇଥିବା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏ ନେଇ ବନ ବିଭାଗକୁ ମଧ୍ୟ ଜଣାଇଛନ୍ତି।

ସମ୍ବନ୍ଧିତ ଖବର