କୁଲଡିହାରେ ପୁଣି ଏକ ହାତୀର ମୃତ୍ୟୁ

ନୀଳଗିରି :   ନୀଳଗିରି ଉପଖଣ୍ତ ଅଧୀନସ୍ଥ କୁଲଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ  ଏକ ନିତିଦିନିଆ  ଘଟଣା  ହୋଇଯାଇଛି। ଗତକାଲି ରାତିରେ  କୁଲଡିହା ଅଭୟାରଣ୍ୟ ଅଧୀନସ୍ଥ ପ‌ଞ୍ଚଲିଙ୍ଗେଶ୍ବର ବିଟ୍‌ର ଖୁମକୁଟଠାରେ  ଏକ ହାତୀଛୁଆର ମୃତ୍ୟୁ ହୋଇଥିବା  ଜଣଯାଇଛି। ଆଜି ଏକ ୧୦ ବର୍ଷର ଅଣ୍ତିରା ହାତୀଛୁଆ ରକ୍ତହୀନତାର ଶିକାର ହୋଇ ଚିକିତ୍ସରଧୀନ ଅବସ୍ଥାରେ ମୃତ୍ୟୁ ମୁଖରେ ପଡ଼ିଥିବା  କୁଲଡିହା ଭାରପ୍ରାପ୍ତ ରେଞ୍ଜର  ଲକ୍ଷ୍ମଣ ପ୍ରଧାନ  ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା  ପରେ ମୃତ୍ୟୁର  କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ,  ଗତ ୨୨ ତାରିଖ କୁଲଡିହା ଅଭୟାରଣ୍ୟର  ବାଲିଚୁଆଠାରେ  ୨ଟି ହାତୀର  ମୃତ୍ୟୁ ଖବର ଲୋକଙ୍କ ମନରୁ ଲିଭି ନଥିବା ବେଳେ  ପୁଣି ଗୋଟିଏ ହାତୀଛୁଆର ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ଏକ ସପ୍ତାହ ମଧ୍ୟରେ  ୩ଟି ହାତୀର  ମୃତ୍ୟୁ ବନ ବିଭାଗର ଚିନ୍ତାକୁ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର