ନାକଟିଦେଉଳ : ନାକଟିଦେଉଳ ବନାଳ ଘୋଷରାମାଳ ଅଂଚଳରେ କିଛିଦିନ ଧରି ଉପଦ୍ରବ କରୁଥିବା ଦନ୍ତା ହାତୀଟିର ରବିବାର ସକାଳୁ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ନାକଟିଦେଉଳ ବନାଳର ଘୋଷରାମାଳ ଏବଂ ରାଇଲ୍ ଅଂଚଳରେ କିଛି ଦିନ ହେବ ଏହି ଦନ୍ତା ହାତୀଟି ବିଭିନ୍ନ ଗ୍ରାମ ଭିତରକୁ ପଶି ଫସଲ ଓ କଦଳୀ ବଗିଚା ନଷ୍ଟ କରୁଥିଲା। ହାତୀକୁ ଘଉଡାଇବା ପାଇଁ ଲୋକମାନେ ଚେଷ୍ଟା କରୁଥିଲେ ବି ଅସୁସ୍ଥ ଥିବାରୁ ହାତୀଟି ଦୂର ସ୍ଥାନକୁ ଯାଇପାରୁ ନଥିଲା। ହାତୀର ଅସୁସ୍ଥତା ସମ୍ବନ୍ଧରେ ବନ ବିଭାଗ ପାଖରେ ଖବର ଥିଲେ ବି କୌଣସି ପ୍ରକାର ଚିକିତ୍ସା ନମିଳିବାରୁ ରାଇଲ ଗ୍ରାମର ପଣସକାନୀ ସାହି ନିକଟରେ ତାର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଛି। ନାକଟିଦେଉଳ ପ୍ରାଣୀ ଚିକିତ୍ସକ ଦେବାଶିଷ ପଣ୍ତା ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀର ଶବ ବ୍ୟବଛେଦ କରିବା ପରେ ଗାତ ଖୋଳି ଶବ ପୋତା ଯାଇଥିଲା। ମୃତ ହାତୀର ମୁଣ୍ତରେ ଏକ ଟ୍ୟୁମର ହୋଇଥିଲା ବୋଲି ଜଣାପଡ଼ିଛି। ଏହା ମୃତ୍ୟୁର କାରଣ ହୋଇ ଥାଇପାରେ ବୋଲି ଡା. ପଣ୍ତା କହିଛନ୍ତି।
ନାକଟିଦେଉଳ : ଚିକିତ୍ସା ମିଳିଲାନି, ହାତୀ ମୃତ
/sambad/media/post_attachments/wp-content/uploads/2019/06/elephant-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)