ଦୁଇ ଦିନରେ ତିନି ହାତୀଙ୍କ ମୃତ୍ୟୁ

ଆଠଗଡ଼ : ଆଠଗଡ ବନା˚ଚଳରେ ଦୁଇ ଦିନରେ ତିନି ହାତୀଙ୍କ ମୃତ୍ୟୁ ଘଟିଛି। ଗତକାଲି ଶନିବାର ଖଳଖଳା ସ˚ରକ୍ଷିତ ଜଙ୍ଗଲ ନିକଟବର୍ତୀ ବନ୍ଧହଟାରେ ଦୁଇ ହାତୀ ମଧ୍ୟରେ ସଂଘର୍ଷ ଯୋଗୁଁ ଗୋଟିଏ ୮ ବର୍ଷର ହାତୀ ମରିଥିଲା। ଆଜି ଧୁରୁଷିଆ ପ˚ଚାୟତର ଜେନାପୁର ଗହୀରରେ ଥିବା ପୋଖରୀ ମଧୢରେ ଦୁଇଟି ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ ୫|୭ ଦିନ ତଳେ ଘଟଣାସ୍ଥଳରେ ହାତୀ ଦୁଇଟି ପଡି ମୃତ୍ୟୁବରଣ କରିଥିଲେ ମଧ୍ୟ ବନ ବିଭାଗ ଘଟଣା ସ˚ପର୍କରେ ଜାଣିପାରି ନଥିଲା। ଆଜି ସ୍ଥାନୀୟ ଅ˚ଚଳରେ ଉତ୍କଟ ଗନ୍ଧ ହେବାରୁ ଗ୍ରାମବାସୀମାନେ ଘଟଣା ସ˚ପର୍କରେ ବନ ବିଭାଗକୁ ଅବଗତ କରାଇଥିଲେ। ଖବର ପାଇ ଆଠଗଡ ସଦର ଫରେଷ୍ଟ ରେଞ୍‌ ଅଫିସର ରବୀନ୍ଦ୍ର କୁମାର ନାୟକ , ସଦର ଫରେଷ୍ଟର ରାକେଶ୍‌ କୁମାର ଦଳାଇ ଘଟଣାସ୍ଥଳରେ ପହ˚ଚିଥିଲେ। ହାତୀ ଦୁଇଟି ପଚି ଯାଇଥିବାରୁ ତୁରନ୍ତ ଉଦ୍ଧାର କରିବା ସମ୍ଭବ ହୋଇପାରି ନଥିବା ବନ ବିଭାଗ ପ୍ରକାଶ କରିଛି ା ଆସନ୍ତାକାଲି ପ୍ରାଣୀ ଚିକିତ୍ସକ ଆସି ବ୍ୟବଛେଦ କଲା ପରେ ଉଦ୍ଧାର ପ୍ରକ୍ରିୟା ହେବ। ହାତୀଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ବରାଦ କରୁଥିଲା ବେଳେ ଆସୁଥିବା ଅର୍ଥର ସି˚ହ ଭାଗ ହରିଲୁଟ୍‌ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର