ବିଦ୍ୟୁତ୍‌ ଆଘାତ‌ରେ ହାତୀ ମୃତ୍ୟୁ ଘଟଣା ଦାନ୍ତ ପାଇଁ ହାତୀ ଶିକାର!

ଯୁଯୁମୁରା : ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଭୀମଖୋଜ ଓ ବସିଆପଡ଼ା ସେକ୍ସନ ସୀମାରେ ବୀରସିଂହଗଡ଼ ପଞ୍ଚାୟତ ଚିଲାଟିକୁଦ ଜଙ୍ଗଲରେ ବିଦ୍ୟୁତ୍‌ ଆଘାତରେ ଏକ ୪ ବର୍ଷର ହାତୀ ମୃତ୍ୟୁ ଘଟଣାରେ ଶନିବାର ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ତେବେ ମୃତ ହାତୀର ଦାନ୍ତକୁ ଦୁର୍ବୃତ୍ତମ‌ାନେ କାଟି ନେଇଥିଲେ, ମାତ୍ର କୌଣସି କାରଣରୁ ତାହା ନେଇ ପାରିନାହାନ୍ତି। ଘଟଣାସ୍ଥଳରୁ ୨ଶହ ମିଟର ଦୂରରେ ଏକ କଟା ଯାଇଥିବା ଗଛ କୋରଡ଼ରେ ଲୁଚାଯାଇଥିବା ଏହି ଦାନ୍ତ ଦୁଇଟିକୁ ବନ ବିଭାଗ ଉଦ୍ଧାର କରିଛି। ଅପରପକ୍ଷେ ହାତୀଟିର କଟାଦାନ୍ତ ଉଦ୍ଧାର ହେବା ପରେ ଏହା ବିଦ୍ୟୁତ୍‌ ଆଘାତଜନିତ ମୃତ୍ୟୁ ନା ଦାନ୍ତ ପାଇଁ ହାତୀ ଶିକାର ସେ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ବୋଲି ସଦର ରେଞ୍ଜର ଗୌରୀଶଙ୍କର ଦାସ କହିଛନ୍ତି ।

ସମ୍ବନ୍ଧିତ ଖବର