ରାଜଧାନୀରେ ଦନ୍ତାର ଦୌରାତ୍ମ୍ୟ, ଓୟୁଏଟି ଫାର୍ମ ହାଉସ୍‌ରେ ଉତ୍ପାତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଗୁରୁବାର ସକାଳୁ ଦନ୍ତାର ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଘାଟିକିଆସ୍ଥିତ ଓୟୁଏଟି ଫାର୍ମ ହାଉସରେ ଦନ୍ତାହାତୀ ପ୍ରବେଶ କରି ଉତ୍ପାତ କରିଛି। ଚନ୍ଦକା ଅଭୟାରଣ୍ୟକୁ ଲାଗି ରହିଥିବା ଭରତପୁର ଜଙ୍ଗଲରୁ ଦନ୍ତା ପ୍ରବେଶ କରିଥିବା ବନବିଭାଗର କର୍ମଚାରୀମାନେ ଅନୁମାନ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ କିଛି ଦିନ ହେବ ଦନ୍ତା ଏହି ଅଞ୍ଚଳରେ ଦୌରାତ୍ମ୍ୟ ଦେଖାଉଛି। ଏକ ଲୁହା ଗେଟକୁ ଦଳି ଦେଇଛି। ହାତୀକୁ ଘଉଡ଼ାଇବାଲାଗି ବନ ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲେ ବି କୌଣସି ସୁଫଳ ମିଳୁ ନାହିଁ। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ହାତୀ ଉପଦ୍ରବ ନୂଆଁ କଥା ନୁହେଁ। ହାତୀମାନେ କେଉଁଠି ଫସଲ ଉଜୁଡ଼ାଉଛନ୍ତି ତ ଆଉ କେଉଁଠି ଘରଦ୍ୱାର ଭାଙ୍ଗିଦେଉଛନ୍ତି। ଏପରିକି ବିଭିନ୍ନ ଅଞ୍ଚଳରେ ହାତୀଙ୍କ ଆତଙ୍କରାଜ ଚାଲିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ, କଟକ ଜିଲ୍ଲାର ଆଠଗଡ଼, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ ଅନୁଗୁଳର କିଛି ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି। ହାତୀମାନେ ମନୁଷ୍ୟଙ୍କୁ ଆକ୍ରମଣ କରିବା ପଛାଉ ନାହାଁନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ରାଜଧାନୀରେ ଘଞ୍ଚ ଜଙ୍ଗଲ ନଥିବା ସତ୍ତ୍ୱେ ବି ହାତୀ ଉପଦ୍ରବ ଦେଖାଯାଉଛି।

ସମ୍ବନ୍ଧିତ ଖବର