ହାତୀର ଦୋଷ ନାହିଁ, ଲୋକେ ସାମ୍ନାକୁ ପଳାଇ ଆସିବାରୁ ଅଘଟଣ ଘଟିଲା

ଭୁବନେଶ୍ବର: ରବିବାର ଦିନ  ପିପିଲି ଅଂଚଳରେ ହାତୀ ଆକ୍ରମଣରେ ୪ ଜଣ ମୃତ୍ୟୁମୁଖରେ ପଡ଼ିବା ଘଟଣା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ପିସିସିଏଫ ହରିଶଙ୍କର ଉପାଧ୍ୟାୟ। ସେ କହିଛନ୍ତି,  ଏହି ଘଟଣାରେ ହାତୀର ଦୋଷ ନାହିଁ । ହାତୀ କାହାକୁ ନିଜ ଆଡ଼ୁ ଆକ୍ରମଣ କରି ମାରି ନାହିଁ । ଲୋକେ ତା’ ସାମନାକୁ ପଳେଇ ଆସିଲେ,ସେଥିପାଇଁ ମୃତ୍ୟୁ ହୋଇଛି । ଏପରିକି ବନବିଭାଗର କର୍ମଚାରୀମାନେ ମନା କଲା ପରେ ବି ଲୋକେ ତା’ ସାମନାକୁ ଆସବାରୁ ମୃତ୍ୟୁ ମୁଖରେ ପଡିଲେ । ହାତୀ ଲୋକଙ୍କୁ ମାରିବାକୁ ଆସ ନଥିଲା । ଲୋକେ ତା’ ଯିବା ବାଟରେ ତାକୁ ଘେରି ଯିବାରୁ, ତା’ ପାଖକୁ ଚାଲି ଆସିବାରୁ ସେମାନଙ୍କର ମୃତ୍ୟୁ ହୋଇଛି ।

ବଣୁଆ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ନେଇ ଏଭଳି ମତ ରଖିଛନ୍ତି ପିସିସିଏଫ ହରିଶଙ୍କର ଉପାଧ୍ୟାୟ । ଶ୍ରୀ ଉପାଧ୍ୟାୟଙ୍କ କହିବାନୁସାରେ, ହାତୀ ନିଜ ପଟୁ କାହାକୁ ଆକ୍ରମଣ କରି ମାରି ନାହିଁ ବରଂ ଲୋକେ ଅକସ୍ମାତ ତା’ ସାମ୍ନାକୁ ପଳେଇ ଆସିଲେ ତେଣୁ ସେମାନଙ୍କର ମୃତ୍ୟୁ ଘଟିଛି । ଏପରିକି ବନ ବିଭାଗ କର୍ମଚାରୀମାନେ ଏଥିପାଇଁ ବାରଣ କରିବା ସତ୍ୱେ ଲୋକେ ହାତୀଟିର ସାମ୍ନାକୁ ଆସିଥିଲେ, ଯାହା ଫଳରେ ସେମାନେ ମୃତ୍ୟୁ ମୁଖରେ ପଡିଲେ । ଏମିତି ନାହିଁ ଯେ ସେ ଲୋକଙ୍କୁ ମାରିବାକୁ ଯାଉଥିଲା ବରଂ ଲୋକେ ତା’ ବାଟରେ ଚାଲିଆସିଥିଲେ ଆଉ ତାକୁ ଘେରିବାରୁ ଏଭଳି ଅଘଟଣ ଘଟିଛି ।

ତେଣୁ ଭବିଷ୍ୟତରେ ହାତୀଟି ପୁଣି ଥରେ ଯେ ବାହାରକୁ ନ ଆସିବ ତାହା କହିବା ଏବେ ମୁସ୍କିଲ୍ । ଏଥିପାଇଁ କୌଣସି ସ୍ଥାୟୀ ସମାଧାନ ବାହାରିନି କି ବାହାରେ ବୁଲୁଥିବା ବନ୍ୟଜନ୍ତୁଙ୍କ ଯିବା ଆସିବା ନେଇ କିଛି କହିହେବ ନାହିଁ । ତେବେ ହାତୀଟି ଚନ୍ଦକାରୁ ଆସିଥିଲା ଆଉ ଏବେ ସେ ସେଠାକୁ ଫେରିଯାଇଛି ବୋଲି କହିଛନ୍ତି ପିସିସିଏଫ ହରିଶଙ୍କର ଉପାଧ୍ୟାୟ ।
ସମ୍ବନ୍ଧିତ ଖବର