ବାଇକ୍‌ ଆରୋହୀଙ୍କୁ ମାରିପକାଇଲା ହାତୀ

ରାଉରକେଲା: ଗୁରୁବାର ରାତି ୭: ୩୦ ପରେ ପୁରୁଣାପାଣି ରାସ୍ତାରେ ଜଣେ ବାଇକ୍‌ ଆରୋହୀଙ୍କୁ ଗୋଟାଏ ହାତୀ ମାରିପକାଇଛି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ବିଶ୍ରା ଥାନା ଅଧୀନ ଆସିଆନା କଲୋନିର ମହମ୍ମଦ ମସୁଦ।

ମସୁଦ ଜଣେ ଲୁଗା ବ୍ୟବସାୟୀ । ଗତକାଲି ଝାଡ଼ଖଣ୍ଡ ଓ ବୀରମିତ୍ରପୁର ସୀମାରେ ଥିବା ଓଡ଼ଗାଁ ହାଟ ପାଳି ଥିବାରୁ ସେ ଲୁଗା ବିକ୍ରୟ କରିବାକୁ ଯାଇଥିଲେ।

ବେପାରବଣିଜ ସାରି ସନ୍ଧ୍ୟାରେ ପୁରୁଣାପାଣି ରାସ୍ତାରେ ଘରକୁ ଫେରୁଥିବା ବେଳେ ବାଟରେ ହାତୀପଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ମସୁଦ୍‌। ପଲରୁ ଗୋଟାଏ ହାତୀ ତାଙ୍କୁ ଦଳି କଚାଡ଼ି ମାରି ପକାଇଥିଲା।

ପ୍ରତ୍ୟକ୍ଷଦର୍ଶୀମାନେ ବନବିଭାଗକୁ ସୂଚନା ଦେବା ପରେ ବୀରମିତ୍ରପୁର ରେଞ୍ଜର୍‌ ନୂତନ ହେମ୍ବ୍ରମ୍‌ ଘଟଣାସ୍ଥଳକୁ ଆସି ମସୁଦ୍‌ଙ୍କ ଶବ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର