କରଞ୍ଜିଆ ଉପଖଣ୍ଡରେ ଝାଡ଼ଖଣ୍ଡର ହାତୀପଲଙ୍କ ଉପଦ୍ରବ, ବିପୁଳ ପରିମାଣରେ ଧାନ ନଷ୍ଟ

କରଞ୍ଜିଆ : ପୁଣି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା। ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଗୋଟିଏ ହାତୀପଲ କରଞ୍ଜିଆ ଉପଖଣ୍ଡରେ ପଶି ଆସିଛନ୍ତି । ଏଥିରେ ୫୦ରୁ ଅଧିକ ହାତୀ ଥିବା ଜଣାଯାଇଛି। ଏହି ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସାଙ୍ଗକୁ ଘର ଭାଙ୍ଗିବା ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇ ପଡ଼ିଛନ୍ତି ।
ପ୍ରାୟ ୧୫ ଦିନ ହେବ କରଞ୍ଜିଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି । ଫସଲ ପାକଳ ହୋଇ ରହିଥିବା ବେଳେ ଏଯାଏଁ ଅମଳ ହୋଇନାହିଁ । ହାତୀପଲ ବିଲ ଭିତରେ ପଶି ଫସଲ ନଷ୍ଟ କରୁଥିବାରୁ ଲୋକେ ଭୟଭୀତ ହୋଇଛନ୍ତି । ହାତୀପଲ ଏହି ଅଞ୍ଚଳରେ ବହୁ ପରିମାଣରେ ଧାନ ନଷ୍ଟ ହୋଇଥିବାର ସୂଚନା ମିଳିଛି। ଏହାକୁ ନେଇ ଚିନ୍ତାରେ ଅଛନ୍ତି ଗ୍ରାମବାସୀ।

The Wire

ବାରମ୍ବାର ବନ ବିଭାଗକୁ ଏନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ତେଣେ ବନ୍ୟ ବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡାଇବା ଲାଗି ପ୍ରୟାସ ଚାଲିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର