ବୋରହଲୁଆରେ ହାତୀ ଉପଦ୍ରବ

ରାୟଗଡା : ରାୟଗଡା ବ୍ଲକ୍ କେରେଡା ପଂଚାୟତ ଅନ୍ତର୍ଗତ ବୋରହଲୁଆ ଗ୍ରାମରେ ୭ଜଣିଆ ହାତୀପଲ ଉପଦ୍ରବ ଚଳାଇଛନ୍ତି। ଗତକାଲି ସଂଧ୍ୟାରୁ ଏହି ହାତୀ ପଲ ଆନ୍ଧ୍ର ସୀମାନ୍ତରୁ ଗ୍ରାମ ଭିତରକୁ ପଶି ଆସି ଘର ଭାଙ୍ଗିବା ସହ ଜମିରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀ ଉପଦ୍ରବରେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ସଂଧ୍ୟା ପୂର୍ବରୁ ହାତୀ ପଲ ଗାଁଠୁ ୪ ଶହ ମିଟର ଦୂରରେ ଥିବା ଆନ୍ଧ୍ରର ଉରୁକି ପାହାଡ ନିକଟକୁ ଚାଲି ଯାଇଛନ୍ତି। ବାଣ ଫୁଟାଇ ହାତୀପଲକୁ ରାତିରେ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଥିବା ବନ ବିଭାଗ ରେଂଜର ପ୍ରଭାକର ସେନାପତି ସୂଚନା ଦେଇଛନ୍ତି। ହାତୀପଲରେ ୨ଟି ଦନ୍ତାହାତୀ, ୨ଟି ଛୁଆ ହାତୀ ଓ ୩ଟି ମାଈ ହାତୀ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର