ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଛାଡିଲେ ହାତୀପଲ

ରାୟଗଡା : ଦୁଇ ସପ୍ତାହର ତାଣ୍ଡବ ପରେ ଶେଷରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଛାଡି ଜଂଗଲମୁହାଁ ହୋଇଛନ୍ତି ହାତୀପଲ। ହାତୀପଲର ଘର ବାହୁଡା ପରେ ଉଭୟ ରାଜ୍ୟର ବନ ବିଭାଗ ଆଶ୍ବସ୍ତ ହୋଇଥିବା ବେଳେ ପ୍ରଭାବିତ ଗ୍ରାମରେ ଜୀବନଯାପନ ସ୍ବାଭାବିକ ହୋଇଛି। ୧୨ ଦିନର ବ୍ୟବଧାନ ପରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଛି। ତେବେ ହାତୀ ଉପଦ୍ରବରେ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ରାଜସ୍ବ ବିଭାଗର ରିପୋର୍ଟ ପରେ ତୁରନ୍ତ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଉଭୟ ରାଜ୍ୟର ବନ କର୍ମଚାରୀଙ୍କ ସହମତିରେ ହାତୀ ଘଉଡାଇବା ପାଇଁ ବାଣ ଫୁଟାଇବା ସହ ଫେରିବା ରାସ୍ତାରେ ଗ୍ରାମବାସୀ ବାଧକ ନ ସାଜିବାରୁ ହାତୀ ପଲ ବୀରଗୋଟମ ସଂରକ୍ଷିତ ଜଂଗଲ ଏବଂ ଝଂଜାବତୀ ଡ୍ୟାମ ପାର୍ଶ୍ବ ଦେଇ ଚାଲି ଯାଇଛନ୍ତି।

ସମ୍ବନ୍ଧିତ ଖବର