୧୦% ବକେୟା ଦରମାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ

ଭୁବନେଶ୍ବର : ସରକାରୀ କର୍ମଚାରୀଙ୍କ ୬୦% ବକେୟା ଦରମା ବାବଦକୁ ୧୦% ଦେବାକୁ ଆଜି ସରକାର ଘୋଷଣା କରିବା ପରେ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକସେବା ଭବନରେ ଅଧିକାଂଶ କର୍ମଚାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ସପ୍ତମ ବେତନ କମିସନ୍‌ ସୁପାରିସ ଆଧାରରେ କର୍ମଚାରୀଙ୍କ ଦରମା ବାବଦରେ ଥିବା ବକେୟା ରାଶିକୁ ସରକାର ୪ ବର୍ଷ କାଳ ରଖିଲେ। କିନ୍ତୁ ଏବେ ଯେତିକି ଦେଇଛନ୍ତି, ତାକୁ ସହଜରେ ଗ୍ରହଣ କରିହେଉନି। ଯଦି ଦରମା ଓ ମହଙ୍ଗାଭତ୍ତା ଦେବାକୁ ସରକାରଙ୍କ ପାଖରେ ଅର୍ଥର ଅଭାବ ରହିଛି, ତା ହେଲେ ଘୋଷିତ ଅର୍ଥ ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ବାବଦରେ ସରକାର ନେଇପାରନ୍ତି ବୋଲି କେତେକ କର୍ମଚାରୀ କ୍ଷୋଭ ପ୍ରକାଶ କରି କହିଛନ୍ତି।

ସମ୍ବନ୍ଧିତ ଖବର