ଦୁର୍ଦ୍ଦାନ୍ତ ମୋହନକୁ ଏନ୍‌କାଉଣ୍ଟର

ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଚାଲିଥିବା ଅପରେସନ୍‌ କ୍ରିମିନାଲ୍‌ କ୍ଲିନ୍‌ରେ ଆଜି ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପଡ଼ିଛି। ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛି ବ୍ରହ୍ମପୁର ଉପକଣ୍ଠ ଲୋଚାପଡ଼ା ଅଂଚଳର କେ.ମୋହନ ରାଓ। ଝାଡ଼ ଆଙ୍କୁଲି ନିକଟ ଏକ ଆମ୍ବ ତୋଟା ମଧ୍ୟରେ ପୁଲିସ ବାହିନୀ ଓ ମୋହନ ମଧ୍ୟରେ ଛକାପଞ୍ଝା ହୋଇଥିଲା। ପୁଲିସ ଉପରକୁ ମୋହନ ପ୍ରଥମେ ଗୁଳି ଚଳାଇଥିଲା ଓ ପରେ ବୋମା ମାଡ଼ କରିଥିଲା। ପରେ ପୁଲିସର ପାଲଟା ଗୁଳି ମୋହନର ଦୁଇ ଗୋଡ଼ରେ ଲାଗିଥିଲା। ତା’ଠାରୁ ଗୋଟିଏ ହୋଣ୍ଡା ବାଇକ୍‌, ଗୋଟିଏ ମାଉଜର୍‌, ଗୋଟିଏ ରାଉଣ୍ଡ ଗୁଳି ଓ ଦୁଇଟି ବୋମା ଜବତ ହୋଇଛି। ଚିକିତ୍ସା ପାଇଁ ତା’କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରା ଯାଇଥିଲା।

ପୁଲିସ ସୂଚନା ଅନୁଯାୟୀ ମୋହନ ନାମରେ ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ୍ୱ ମାମଲା ରହିଛି। ଆଜି ଭୋର୍‌ ୪ଟା ବେଳେ ଏକ ହୋଣ୍ଡା ମୋଟର ସାଇକେଲରେ ଜଣେ ସହଯୋଗୀ ସହ ଯାଉଥିଲା। ତା’ର ଗତିବିଧି ଉପରେ ନଜର ରଖିଥିବା ପୁଲିସ ତା’କୁ ଝାଡ଼ ଆଙ୍କୁଲି ନିକଟ ଏକ ଆମ୍ବ ତୋଟା ଠାରେ ଧରିବାକୁ ଉଦ୍ୟମ କରିଥିଲା। ସେଠାରୁ ଖସି ପଳାଇବା ପାଇଁ ମୋହନ ପ୍ରଥମେ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲା। ପରେ ୨ଟି ବୋମା ମଧ୍ୟ ଫିଙ୍ଗି ଥିଲା। ସଦର ଥାନା ଅଧିକାରୀ ଶିବଶଙ୍କର ମହାପାତ୍ରଙ୍କ ନେତୃତ୍ୱରେ ଯାଇଥିବା ପୁଲିସ୍‌ ଟିମ୍‌ ପକ୍ଷରୁ ପାଲଟା ଗୁଳି ଚାଳନା ହୋଇଥିଲା। ଏଥିରେ ମୋହନର ଦୁଇ ଗୋଡ଼ରେ ଗୁଳି ବାଜିବାରୁ ସେ ଟଳି ପଡ଼ିଥିଲା। ଏହି ଏନ୍‌କାଉଣ୍ଟର ସମୟରେ ସଦର ଥାନା ଅଧିକାରୀ ଶିବଶଙ୍କର ମହାପାତ୍ର ଏବଂ ଏସ୍‌ଆଇ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ ଆହତ ହୋଇଥିଲେ। ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି।

ସମ୍ବନ୍ଧିତ ଖବର