ଗଞ୍ଜାମ ପୁଲିସର ଏନ୍‌କାଉଣ୍ଟର ନଂ ୪୨ : ଏଥର ପଡ଼ିଲା ରମ୍ଭାର ସନ୍ତୁ

ଛତ୍ରପୁର/ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଜବତ କରିବାକୁ ପୁଲିସର ‘ଅପରେସନ୍‌ କ୍ରିମିନାଲ୍‌ କ୍ଲିନ୍‌’ର ୪୨ ନମ୍ବର ଏନ୍‌କାଉଣ୍ଟର୍‌ରେ ପଡ଼ିଛି ଆନ୍ତଃଜିଲ୍ଲା ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ କୁମାର ବେହେରା ଓରଫ ସନ୍ତୁ। ଆଜି ଭୋର ପ୍ରାୟ ୩ଟାରେ ହୁମ୍ମା-ସନ୍ତୋଷପୁର ରେଳବାଇ ଓଭରବ୍ରିଜ୍‌ ନିକଟରେ ରମ୍ଭା ପୁଲିସ ସନ୍ତୁ ଓ ତାର ସହଯୋଗୀଙ୍କୁ କାବୁ କରିବା ବେଳେ ସନ୍ତୁ ପାଖରେ ଥିବା ବନ୍ଧୁକରୁ ଗୁଳି ଫୁଟାଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ରମ୍ଭା ଆଇଆଇସି ନମିତା ନାୟକ ନିଜ ବନ୍ଧୁକରୁ ଦୁଇ ରାଉଣ୍ଡ ଫାୟାରିଂ କରିଥିଲେ। ଉଭୟ ଗୁଳି ସନ୍ତୋଷର ଦୁଇ ଗୋଡ଼ରେ ଲାଗିଥିଲା। ସନ୍ତୁ ନିକଟରୁ ପୁଲିସ ଏକ ୯ ଏମ୍‌ଏମ୍‌ ପିସ୍ତଲ ଓ ୨ଟି ଅଫୁଟା ଗୁଳି ଜବତ କରିଛି। ଆହତ ସନ୍ତୁକୁ ପ୍ରଥମେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯିବା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର