କେନ୍ଦ୍ରାପଡା:  ଆତ୍ମଘୋଷିତ ବାବା ସାରଥୀଙ୍କ କେନ୍ଦ୍ରାପଡା ସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ ଜଣିଆ ଟିମ୍ ପହଞ୍ଚିଛନ୍ତି । ମିଳିଥିବା ସୂଚନା ଅନୁସାରେ, ସାରଥୀଙ୍କ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଲଗାଯାଇଛି । ତେବେ ନୋଟିସରେ ବାରିମୂଳ ଆଶ୍ରମକୁ ଅନଧିକୃତ ପ୍ରବେଶ ବାରଣ ନେଇ ଉଲ୍ଲେଖ କରାଯାଇଛି । ଏହା ସହ ଇଡି ଟିମ୍ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ୨୬ଟି ବେଆଇନ୍ ସମ୍ପତ୍ତିର ତଦନ୍ତ କରୁଥିବା ମଧ୍ୟ ସୂଚନା ମିଳିଛି । ସାରଥି ବାବା ଜେଲରୁ ମୁକୁଳିବା ପରେ ଆଶ୍ରମକୁ ବହୁ ସଂଖ୍ୟାରେ ଭକ୍ତମାନଙ୍କ ଆଗମନ ହେବା ଆଶଙ୍କାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରତିଷେଧମୂଳକ ବ୍ୟବସ୍ଥା ଭାବେ ଏହି ପଦକ୍ଷେପ ନିଆ ଯାଇଥିବା ଅନୁମାନ କରାଯାଉଛି।

Advertisment

publive-image OST

ଗତ ଗୁରୁବାର  ସନ୍ଧ୍ୟାରେ କଟକ ଚୌଦ୍ୱାର ଜେଲରୁ ମୁକୁଳିଥିଲେ ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ହାଇକୋର୍ଟରୁ ଜାମିନ ମିଳିବା ପରେ ସାରଥୀ ମୁକ୍ତ ହୋଇଥିଲେ । ତେବେ ଜାମିନ ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ହାଇକୋର୍ଟ ।  ଏହି ସର୍ତ୍ତ ଅନୁଯାୟୀ, କେନ୍ଦ୍ରାପଡାସ୍ଥିତ ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ ସାରଥୀ  କିମ୍ବା ରାଜ୍ୟର କୌଣସି ସର୍ବସାଧାରଣ ସ୍ଥାନରେ ଧର୍ମସଭା କରିପାରିବେ ନାହିଁ।