ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି : ୪ ଘଣ୍ଟା ଅଟକିଲା ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍‌

ଟିଟିଲାଗଡ଼ : ବିନା ଇଞ୍ଜିିନରେ ରେଳଗାଡ଼ି ୧୫କିମି ଗଡ଼ିବାର ଚର୍ଚ୍ଚା କମିନଥିବା ବେଳେ ରବିବାର ଇଞ୍ଜିିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନାନ୍ଦେଡ- ସମ୍ବଲପୁର ଦ୍ରୁତଗାମୀ ଟ୍ରେନ ୪ଘଣ୍ଟାରୁ ଅଧିକ ସମୟ ସିକେର ଷ୍ଟେସନରେ ଅଟକି ରହିଥିଲା। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ରବିବାର ଅପରାହ୍ନ ୪.୧୫ମିନିଟରେ ନାନ୍ଦେଡରୁ ସମ୍ବଲପୁର ଆସୁଥିବା ଦ୍ରୁତଗାମୀ ଟ୍ରେନ ଟିଟିଲାଗଡ଼ ଷ୍ଟେସନ ଛାଡ଼ିଥିଲା। ସିକେର ଓ ବଡ଼ମାଲ ମଝିରେ ଥିବା ବାଂଜିପଦର ଠାରେ ୪ଟି ଗାଈକୁ ଧକ୍କା ଦେଲାପରେ ଇଞ୍ଜିିନ ଖରାପ ହୋଇଯାଇଥିଲା। ଡ୍ରାଇଭର କୌଣସି ମତେ ପଛକୁ ଚଳାଇ ଟ୍ରେନକୁ ସିକେର ଷ୍ଟେସନକୁ ଫେରାଇ ଆଣିଥିଲେ। ପରେ ରାତି୍ର ୯ଟା ସମୟରେ ଅନ୍ୟ ଏକ ଇଂଜିନ ପହଂଚିବା ପରେ ଟ୍ରେନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ସୌଭାଗ୍ୟବଶତଃ ଘଣ୍ଟାଏ ପରେ ରାୟଗଡ଼ା -ସମ୍ବଲପୁର ତପସ୍ୱିନୀ ଏକ୍ସପ୍ରେସ ଆସିବାରୁ ପ୍ରାୟ ସମସ୍ତ ଯାତ୍ରୀ ଉକ୍ତ ଟ୍ରେନରେ ସମ୍ବଲପୁର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ସମ୍ବନ୍ଧିତ ଖବର