ଭିଜିଲାନ୍ସ ପଞ୍ଝାରେ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ

ଚତୁର୍ଥ ଶ୍ରେଣୀ କର୍ମଚାରୀ ବି ଧରାପଡ଼ିଲେ

ରାଜଗାଙ୍ଗପୁର : ବିଲ୍‌ ପାସ୍‌ କରିବା ପାଇଁ ଠିକାଦାରଙ୍କୁ ଲାଞ୍ଚ ମାଗିବା ଦୁଇଜଣ ସରକାରୀ ବାବୁ/ମ୍ୟାଡାମଙ୍କ ସମେତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ୨୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ରାଜଗାଙ୍ଗପୁର ପୌରପାଳିକାର ଏହି ତିନିଜଣ ହେଲେ, ପୌରନିର୍ବାହୀ ଅଧିକାରୀ ମୋହନ ଚରଣ ଜେନା, ସହକାରୀ ଯନ୍ତ୍ରୀ ରାଜଲକ୍ଷ୍ମୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ ଯାଦବଙ୍କୁ କଟକ ଭିଜିଲାନ୍ସ ସେଲ୍‌ କାବୁ କରିନେଇଛି।

ଏହାସହ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେନାଙ୍କ ରାଜଗାଙ୍ଗପୁର ସ୍ଥିତ ସରକାରୀ ବାସଭବନ, ଯାଜପୁରର ମୀର୍ଜାପୁର ସ୍ଥିତ ପୈତୃକ ବାସଗୃହ, ସହକାରୀ ଯନ୍ତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀଙ୍କ ଭୁବନେଶ୍ବର ସ୍ଥିତ ବାସଗୃହ ଓ ରାଜଗାଙ୍ଗପୁର ମାଷ୍ଟର କଲୋନିସ୍ଥ ଭଡ଼ା ଘରେ ଏକକାଳୀନ ଚଢ଼ଉ କରାଯାଇଛି। ଚଢ଼ଉ ଜାରି ରହିଥିବାରୁ ନିର୍ଦ୍ଦିଷ୍ଟ କେତେ ପରିମାଣର ସଂପତ୍ତି ଗଚ୍ଛିତ କରି ରଖିଛନ୍ତି ତାହା ସ୍ପଷ୍ଟ ହୋଇନି। ଅଭିଯୁକ୍ତମାନଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।

ସମ୍ବନ୍ଧିତ ଖବର