ସରକାରୀ ନିୟମକୁ ପାଳନ କରୁନାହିଁ ଏସପ୍ଲାନେଡ । ବେଆଇନ ଭାବେ ପାର୍କିଂ ଫି ବାବଦରେ ଆଦାୟ କରୁଛି ହଜାର ହଜାର ଟଙ୍କା ।

ଭୁବନେଶ୍ବର: ବେଆଇନ ପାର୍କି ଫି-ଆଦାୟ ନେଇ କଟକଣାକୁ ମାନୁନି ସପିଙ୍ଗ ମଲ ଏସ-ପ୍ଲାନେଡ । କାଳି ଗାଈର ଭିନେ ଗୋଠ ପରି ବିଏମସି ଓ ବିଡିଏ କଟକଣା ଲାଗୁ କରିବା ପରେ ମଧ୍ୟ ଏବେବି ପାର୍କି ଫି ଆଦାୟ କରୁଛି ଏହି ମଲ । ଏହି ମଲକୁ ଆସୁଥିବା ଗ୍ରାହକମାନଙ୍କୁ ଲୁଟିଛନ୍ତି ଏହାର କର୍ତୁପକ୍ଷ ।

ପାର୍କିଂ ଫି ଆଦାୟ ନକରିବାକୁ ବିଡିଏ ନୋଟିସ ଦେଲା, ହେଲେ ଏହି ନିର୍ଦ୍ଦେଶକୁ ମାନିବାକୁ ନାରାଜ ଏସପ୍ଲାନେଡ୍ ୱାନ୍ । ତିନି ଦିନ ପରେ ବି ପାର୍କିଂ ଫି’ ଆଦାୟ କରୁଛି ଭୁବନେଶ୍ୱେରର ଏହି ମଲ୍ । ଏ ହେଉଛି, ଆଜି ଏସପ୍ଲାନେଡ୍ କାଟିଥିବା ପାର୍କିଂ ଫି ରସିଦ୍ । ୧୯ ତାରିଖରେ ମଧ୍ୟ ପାର୍କିିଂ ପାଇଁ ଟଙ୍କା ଆଦାୟ କରାଯାଉଛି । ଲୋକଙ୍କ ଅଭିଯୋଗକୁ ଶୁଣିବାକୁ ନାରାଜ କର୍ମଚାରୀ । ଏପରିକି ମଲର କୌଣସି ଅଧିକାରୀ ସାମନାକୁ ଆସୁନାହାନ୍ତି । ସୁରକ୍ଷା କର୍ମୀ କହୁଛନ୍ତି, ସେମାନଙ୍କ ପାଖରେ ପହଁଚିନାହିଁ ବିଡିଏ ନୋଟିସ୍ ।

ସମ୍ବନ୍ଧିତ ଖବର