ରାଜ୍ୟରେ ଲଘୁଚାପ ବର୍ଷା ଜାରି : ଚାନ୍ଦବାଲିରେ ସର୍ବାଧିକ ୬୭ମିଲିମିଟର ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ େଓ୍ଵଲମାର୍କ ଲୋପ୍ରେସରର ରୂପ ନେଇଛି। ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝିପିଝିପି ବର୍ଷା ଲାଗି ରହିଛି।

ତେବେ ସକାଳ ୮.୩୦ରୁ ସନ୍ଧ୍ୟା ୫. ୩୦ ମଧ୍ୟରେ ଚାନ୍ଦବାଲିରେ ସର୍ବାଧିକ ୬୭ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୪୫ମିମି, କଟକରେ ୨୧ମିମି, ପରାଦ୍ୱୀପରେ ୨୨ମିମି, ଭୁବନେଶ୍ୱରରେ ୧୦.୩ ମିମି, ଗୋପାଳପୁରରେ ୧୦.୩ ମିମି, ପୁରୀରେ ୦.୧ ମିମି, ଅନୁଗୁଳ ଓ ବାରିପଦା ୧୦ମିମି ଏବଂ ଝାରସୁଗୁଡାରେ ୯.୦ ମିମି ବର୍ଷା ରେକର୍ଡ କରାଯାଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।

ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୧୮.୮ ମିମି, ବାଲେଶ୍ୱରରେ ୮.୫ମିମି, କଟକରେ ୭.୨ମିମି, ପାରଦୀପରେ ୨୮.୫ ମିମି, ଭୁବନେଶ୍ୱରରେ ୨୦.୬ ମିମି, ପୁରୀରେ ୫.୪ ମିମି, ଅନୁଗୁଳରେ ୩.୪ ମିମି, ବାରିପଦାରେ ୩ମିମି ଓ ଝାରସୁଗୁଡାରେ ୫.୬ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର